ଛେଳି ଚୋରି କରିବାକୁ ଆସିଥିଲେ, ଯିବାକୁ ବାଟ ପାଇଲେନି

ଛେଳି-ଚୋରି-କରିବାକୁ-ଆସିଥିଲେ,-ଯିବାକୁ-ବାଟ-ପାଇଲେନି

ଛେଳି ଚୋରି କରିବାକୁ ଆସିଥିଲେ, ଯିବାକୁ ବାଟ ପାଇଲେନି

ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ । ଗୁରୁତର ଅବସ୍ଥାରେ ଅଚେତ ହୋଇ ଗାଁରେ ପଡ଼ିରହିଥିବା ବେଳେ ଯୁବକଙ୍କୁ ଉଦ୍ଧାର କରି କାଲିମେଳା ମେଡିକାଲକୁ ପଠାଇଛି ପୋଲିସ ।

Published By: Chikun – Prameya-News7 Bureau | April 14, 2026 10:06 PM

NEWS7

Kalimela, Malkangiri

ମାଲକାନଗିରି: ଛେଳି ଚୋରି କରିବାକୁ ଆସି ହଟହଟା ହେଲେ ଦୁଇ ଜଣ। ଛେଳି ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ । ଗୁରୁତର ଅବସ୍ଥାରେ ଅଚେତ ହୋଇ ଗାଁରେ ପଡ଼ିରହିଥିବା ବେଳେ ଯୁବକଙ୍କୁ ଉଦ୍ଧାର କରି କାଲିମେଳା ମେଡିକାଲକୁ ପଠାଇଛି ପୋଲିସ । ମାଲକାନଗିରି ଜିଲ୍ଲା ଭୁବନ ପାଲି ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା।

ସୂଚନା ଅନୁସାରେ, ଏମ.ପି.ଭି ୧୧୩ ଗ୍ରାମର ଜଣେ ଯୁବକ ଗିରିକନପାଲି ଗାଁରୁ ଏକ ଛେଳି କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ଛେଳି କରି ନେବା ସମୟରେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ । ହେଲେ ଲୋକଙ୍କୁ ଦେଖି ଯୁବକ ଜଣକ ପିସ୍ତଲରୁ ଗୁଳି ଚାଳନା କରିଥିଲେ। ସୌଭାଗ୍ୟବଶତଃ ଗୁଳି କାହା ଦେହରେ ବାଜିନଥିଲା। ହେଲେ ଏହାରି ଭିତିରେ କିଛି ଗ୍ରାମବାସୀ ତାଙ୍କୁ କାବୁ କରିନେଇଥିଲେ।

Also Read: ଟାର୍ଗେଟରେ ଥିଲେ କଟକର ବହି ବ୍ୟବସାୟୀ, ଶିକାର ହେଲେ ଆଉ ଜଣେ; ୩ ଗିରଫ

ତା’ରେ ଆରମ୍ଭ ହୋଇଯାଇଥିଲା ମାଡ଼। ଶତାଧିକ ଲୋକେ ନିସ୍ତୁକ ମାଡ଼ ମାରିଥିବା ବେଳେ ଯୁବକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ଠାରୁ ପୋଲିସ ଗୋଟିଏ ପିସ୍ତଲ ଜବତ କରିଥିବା ବେଳେ କିଛି ଗାଁ ଲୋକଙ୍କୁ ଅଟକ ରଖିଛି।

Scroll to Top