ଛାତ୍ରୀ ଆତ୍ମହତ୍ୟା ରୋକିବା ଦିଗରେ ପାଦେ ଆଗେଇଛି ଜିଏମ୍‌ୟୁ, ଆରମ୍ଭ ହେବ ହାପିନେସ୍ ଓ ଓମେନ୍ ଷ୍ଟଡିଜ୍

ଛାତ୍ରୀ-ଆତ୍ମହତ୍ୟା-ରୋକିବା-ଦିଗରେ-ପାଦେ-ଆଗେଇଛି-ଜିଏମ୍‌ୟୁ,-ଆରମ୍ଭ-ହେବ-ହାପିନେସ୍-ଓ-ଓମେନ୍-ଷ୍ଟଡିଜ୍

ଛାତ୍ରୀ ଆତ୍ମହତ୍ୟା ରୋକିବା ଦିଗରେ ପାଦେ ଆଗେଇଛି ଜିଏମ୍‌ୟୁ, ଆରମ୍ଭ ହେବ ହାପିନେସ୍ ଓ ଓମେନ୍ ଷ୍ଟଡିଜ୍

Published By : Prameya-News7 Bureau | August 14, 2025 IST

ସମ୍ବଲପୁର ୧୪।୮: ଜିଏମ୍‌ୟୁରେ ଆରମ୍ଭ ହେବ ହାପିନେସ୍ ଓ ଓମେନ୍‌ ଷ୍ଟଡିଜ୍ । ଆତ୍ମହତ୍ୟା ରୋକିବ ପାଠ୍ୟକ୍ରମ । ଏହା ଦ୍ବାରା ଛାତ୍ରଛାତ୍ରୀ ଚାପମୁକ୍ତ ହେବେ । ଧୈର୍ଯ୍ୟ, ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ନିର୍ଣ୍ଣୟ ନେବାର କ୍ଷମତାକୁ ବଢ଼ିବ। ସମାଜରେ ଲିଙ୍ଗଗତ ସମାନତା ଓ ନାରୀ ସଶକ୍ତିକରଣ ଦିଗରେ ସଚେତନତା ସୃଷ୍ଟି କରା‌ଯିବ । ଛାତ୍ରୀ ଆତ୍ମହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ସମୟରେ ଏହାକୁ ରୋକିବା ଦିଗରେ ପାଦେ ଆଗେଇଛି ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ । ଆସନ୍ତା ଶିକ୍ଷାବର୍ଷ ଠାରୁ ବସନ୍ତପୁରରେ ନିର୍ମାଣାଧୀନ ନୂଆ କ୍ୟାମ୍ପସ କାର୍ଯ୍ୟକ୍ଷମ ହେବା ସହ ଏହି ପାଠ୍ୟକ୍ରମ ମଧ୍ୟ ଆରମ୍ଭ ହେବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଲକ୍ଷ୍ୟ ଥିବା କହିଛନ୍ତି ଉପ କୁଳସଚିବ ଡ.ଉମାଚରଣ ପତି । ପ୍ରସନ୍ନତା (ହାପିନେସ) ଉପରେ ୬ ମାସର ଡିପ୍ଲୋମା ପାଠ୍ୟକ୍ରମ ଆରମ୍ଭ କରାଯିବ ଓ ପରେ କୋର୍ସର ଅବଧିକୁ ବୃଦ୍ଧି କରି ଏହାକୁ ଏକ ନିୟମିତ ବା ଡିଗ୍ରୀ ପାଠ୍ୟକ୍ରମରେ ପରିଣତ କରାଯିବା ଯୋଜନା ରହିଛି ।

You Can Read:

ନାବାଳିକା ମୃତ୍ୟୁ ସସ୍‌ପେନ୍ସ : ବାପା ରୁଜୁ କଲେ ଅପମୃତ୍ୟୁ, ମା’ଙ୍କ ଅଭିଯୋଗ ଝିଅକୁ ହତ୍ୟା କରିଛନ୍ତି ପରିବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top