ଛାଡପତ୍ର ଖବରକୁ ନେଇ ବର୍ଷିଲେ ମାହି ବିଜ୍‌, କହିଲେ-ଲିଗାଲ ଆକ୍ସନ ନେବି…

ଛାଡପତ୍ର-ଖବରକୁ-ନେଇ-ବର୍ଷିଲେ-ମାହି-ବିଜ୍‌,-କହିଲେ-ଲିଗାଲ-ଆକ୍ସନ-ନେବି…

ମୁମ୍ଵାଇ ୩୦।୧୦; ଛାଡ଼ପତ୍ର ପାଇଁ ଆବେଦନ କଲେ‌ ଲୋକପ୍ରିୟ ଟେଲି ଅଭିନେତା ଜୟ ଭାନୁଶାଲୀ ଓ ମାହି ବିଜ୍। ଗତ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ବିବାଦ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ କିଛି ଦିନ ତଳେ ଏଭଳି ଛାଡପତ୍ର ଖବର ସାମ୍ନାକୁ ଆସିଥିଲା। ଅନେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାରିତ ହୋଇଥିଲା ଯେ, ଉଭୟ ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ଦୁହେଁ ଛାଡ଼ପତ୍ର ପାଇଁ ଦସ୍ତଖତ ଦେବା ସହ ଦୁହିଁଙ୍କ ଛାଡ଼ପତ୍ର ଚୂଡ଼ାନ୍ତ ହୋଇସାରିଛି।

ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ମାହି ବିଜ୍‌ଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇନଷ୍ଟାରେ ନିଜ ଛାଡ଼ପତ୍ରକୁ ନେଇ କରାଯାଇଥିବା ଏକ ପୋଷ୍ଟରେ କମେଣ୍ଟ କରି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଏଭଳି କମେଣ୍ଟ କରି ହେଉଥିବା ଛାଡ଼ପତ୍ର ଚର୍ଚ୍ଚା ମିଛ ବୋଲି ପ୍ରମାଣ କରିଛନ୍ତି। ଇନଷ୍ଟାର ଏକ ପେଜ୍ ଜୟ-ମାହିଙ୍କ ୧୪ବର୍ଷର ବିବାହ ବିଚ୍ଛେଦ ହୋଇଥିବା ଦାବି କରିଥିଲା। ବିଭିନ୍ନ ଗଣମାଧ୍ୟମଠାରୁ ଖବର ପାଇଥିବା ଦାବି କରି ଏହି ପୋଷ୍ଟ କରାଯାଇଥିଲା।

“ଜୟ ଭାନୁଶାଲୀ ଏବଂ ମାହି ବିଜ୍ କିଛି ମାସ ପୂର୍ବରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ସେମାନେ ବହୁତ ଦିନ ହେଲାଣି ଅଲଗା ରହୁଛନ୍ତି। ଅନେକ ଚେଷ୍ଟା ପରେ ବି ସମ୍ପର୍କରେ ସୁଧାର ନଆସିବାରୁ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦୁହେଁ ଜୁଲାଇ-ଅଗଷ୍ଟ ମାସରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ସବୁ କାଗଜପତ୍ର କାମ ଶେଷ ହେବା ସହ ତାଙ୍କ ପିଲାଙ୍କ custody କାହା ହାତରେ ରହିବ, ସେ ନିଷ୍ପତ୍ତି ମଧ୍ୟ ନିଆଯାଇସାରିଛି” ବୋଲି ପୋଷ୍ଟରେ ଲେଖାଯାଇଥିଲା। ଏହି ପୋଷ୍ଟରେ କମେଣ୍ଟ କରି ମାହି ଲେଖିଛନ୍ତି ଯେ, “ମିଥ୍ୟା ଖବର ପୋଷ୍ଟ କରନ୍ତୁ ନାହିଁ। ମୁଁ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।”

Scroll to Top