ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ, ଏମାର ମଠରୁ ମିଳିଥିବା ରୂପା ଇଟା ରତ୍ନଭଣ୍ଡାରକୁ ଆଣିବାକୁ ପ୍ରସ୍ତାବ
Published By: Ruby – Prameya-News7 Bureau | September 20, 2025 06:57 PM
NEWS7
ପୁରୀ ୨୦।୯: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ । କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ । ଭୋର ୪ଟାରୁ ଫିଟିବ ଦ୍ବାର । ସେପଟେ ଏମାର ମଠରୁ ମିଳିଥିବା ସମସ୍ତ ରୂପା ଇଟା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆଣିବା ପାଇଁ ଛତିଶା ନିଯୋଗ ପକ୍ଷରୁ ଦିଆଗଲା ପ୍ରସ୍ତାବ । ମହାପ୍ରଭୁଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେଉଥିବା ଅଳଙ୍କାରର ଆଉ ଏକ ସେଟ୍ ନିର୍ମାଣ ପାଇଁ ଦିଆଗଲା ପ୍ରସ୍ତାବ । ବୈଠକ ଶେଷ ହେବା ପରେ ଛତିଶା ନିଯୋଗ ପ୍ରତିନିଧି ସୂଚନା ଦେଇଛନ୍ତି ।




