ଛଅ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ଵର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
Published By: Deepak – Prameya-News7 Bureau | February 02, 2026 07:36 PM
NEWS7
ଭୁବନେଶ୍ବର: ଛଅ ଦିନିଆ ଓଡ଼ିଶା ଗସ୍ତରେ ସୋମବାର ଭୁବନେଶ୍ଵର ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ, ପୋଲିସ ଡିଜି, ପୋଲିସ କମିଶନର, ଜିଲ୍ଲାପାଳ, ମେୟର ଏବଂ ଭୁବନେଶ୍ବର ଡିସିପି ରାଷ୍ଟ୍ରପତିଙ୍କୁ ସ୍ଵାଗତ କରିଛନ୍ତି। ସ୍ଵାଗତ ପାଇଁ ରାସ୍ତାର ଦୁଇ ପାର୍ଶ୍ଵରେ ସଙ୍କୀର୍ତ୍ତନ, ପାରମ୍ପରିକ ନୃତ୍ୟ ସମେତ ବିଭିନ୍ନ ପାରମ୍ପରିକ ବାଦ୍ୟ ଧରି କଳାକାର ମାନେ କଳା ପ୍ରଦର୍ଶନ କରାଯାଇଛି। ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ବିମାନବନ୍ଦରରୁ ଲୋକ ଭବନ ପର୍ଯ୍ୟନ୍ତ ୩୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି।
Updating…




