ଚୋରା ବାଲି ଚାଲାଣକୁ ନେଇ ଉତ୍ତେଜନା, ବାଲି ମାଫିଆ ଏବଂ ମାଇନ୍ସ ଅଧିକାରୀ ମୁହାଁମୁହିଁ

ଚୋରା-ବାଲି-ଚାଲାଣକୁ-ନେଇ-ଉତ୍ତେଜନା,-ବାଲି-ମାଫିଆ-ଏବଂ-ମାଇନ୍ସ-ଅଧିକାରୀ-ମୁହାଁମୁହିଁ

ଚୋରା ବାଲି ଚାଲାଣକୁ ନେଇ ଉତ୍ତେଜନା, ବାଲି ମାଫିଆ ଏବଂ ମାଇନ୍ସ ଅଧିକାରୀ ମୁହାଁମୁହିଁ

Published By: Kirti – Prameya-News7 Bureau | February 08, 2026 10:06 AM

NEWS7

pipili

ପିପିଲି ୦୮।୦୨ : ଚୋରା ବାଲିକୁ ନେଇ ଉତ୍ତେଜନା । ପିପିଲି ଉତ୍ତରା ନିକଟ ମଧୁପୁର ଠାରେ ଚୋରା ବାଲି ଚାଲାଣ ବେଳେ ଉତ୍ତେଜନା ଦେଖାଦେଇଛି । ଏପିରିକି ଘଟଣାସ୍ଥଳରେ ବାଲି ମାଫିଆ ଓ ମାଇନ୍ସ ଅଧିକାରୀ ଏବଂ ପୋଲିସ ମୁହାଁମୁହିଁ ହୋଇଛନ୍ତି ।

ଖବର ଅନୁଯାୟୀ, ପୁରୀ ଜିଲ୍ଲା ମାଇନ୍ସ ଅଧିକାରୀ ଚୋରା ବାଲି ଗାଡ଼ି ଓ ଚୋରା ବାଲିକୁ ଜବତ କରିବାକୁ ଯାଇଥିଲେ । ଏହି ସମୟରେ କିଛି ଓ ଅଧିକାରୀ ମୁହାଁମୁହିଁ ହୋଇଥିଲେ । ଘଟଣାସ୍ଥଳରେ ପିପିଲି ଥାନା ଅଧିକାରୀ ପହଞ୍ଚି ସ୍ଥିତିତୁ ଆୟତ୍ତ କରିଥିଲେ । ଏହାସହିତ ଜଣଙ୍କୁ ଅଟକ ରଖିବା ଶହ ଗୋଟେ ଜେସିବି ମେସିନ ଓ ଗାଡ଼ିକୁ ଜବତ କରିଛି ପୋଲିସ । ଅନ୍ୟପଟେ ଘଟଣାସ୍ଥଳରେ ଥାନା ଓ ମାଇନ୍ସ ବିଭାଗ ଅଧିକାରୀ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଛି । ଏହାସହିତ ଚୋରା ବାଲି ଚାଲାଣ ଉପରେ କଡ଼ା ନଜର ରଖିଛି ପୋଲିସ ।

Scroll to Top