ଚେକ୍‌ଡ୍ୟାମ୍‌ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ପୋଲିସ ଖୋଜୁଛି କାରଣ…

ଚେକ୍‌ଡ୍ୟାମ୍‌ରୁ-ମିଳିଲା-ଯୁବକଙ୍କ-ରକ୍ତାକ୍ତ-ମୃତଦେହ,-ପୋଲିସ-ଖୋଜୁଛି-କାରଣ…

ଚେକ୍‌ଡ୍ୟାମ୍‌ରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ, ପୋଲିସ ଖୋଜୁଛି କାରଣ…

Published By: Kirti – Prameya-News7 Bureau | February 10, 2026 07:29 AM

NEWS7

Anugul

ଆଠମଲ୍ଲିକ ୧୦।୦୨ : ଚେକ୍‌ଡ୍ୟାମ୍‌ରେ ପଡ଼ି ଯୁବକ ମୃତ । ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଡଙ୍ଗାଧର ଚେକଡ୍ୟାମ୍‌ରେ ପଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ କିଶୋରନଗର ଥାନା ସଞ୍ଜମୁରା ଗାଁର କ୍ଷୀରୋଦ ପାତ୍ର ବୋଲି ଜଣାପଡିଛି ।

ଏ ଖବର ବି ପଢନ୍ତୁ:- ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ୯୪ ପ୍ରତିଶତ ଅଭିଯୋଗର ହୋଇ ସାରିଛି ସମାଧାନ

ଖବର ଅନୁଯାୟୀ, ଡଙ୍ଗାଧର ଚେକ୍‌ଡ୍ୟାମ୍‌କୁ ଶୌଚ ହେବାକୁ ଯାଇଥିଲେ କ୍ଷୀରୋଦ । ହେଲେ ଶୌଚ ହେବା ସମୟରେ ଗୋଡ଼ ଖସିଯାଇଥିଲା । ଯାହାଫଳରେ ଚେକ୍‌ଡ୍ୟାମ୍‌ରେ ଥିବା ଏକ ପଥରରେ କ୍ଷୀରୋଦଙ୍କ ମୁଣ୍ଡ ପିଟି ହୋଇଯାଇଥିଲେ । ତେବେ ପଥରରେ ମୁଣ୍ଡ ପିଟି ହୋଇଯିବାରୁ କ୍ଷୀରୋଦଙ୍କର ଘଟଣାସ୍ଥଳରେ ଅଚେତ ହୋଇଯାଇଥିଲେ ।ଏହାପରେ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପୋଲିସ କ୍ଷୀରୋଦଙ୍କ ମୃତଦେହକୁ ଜବତ କରି ଛାନ୍‌ଭିନ୍ କରୁଥିବାର ଜଣାପଡିଛି । ଅନ୍ୟପଟେ କ୍ଷୀରୋଦଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗିପଡିଛନ୍ତି ପରିବାର ଲୋକେ ।

ଏ ଖବର ବି ପଢନ୍ତୁ:- IND vs PAK ବୟକଟ୍ ସମାପ୍ତ ହେବ କି ନାହିଁ, ନକଭି ଜଣାଇଲେ ଏହି ସମୟରେ ନେବୁ ନିଷ୍ପତ୍ତି

Scroll to Top