ଚିନ୍ତା ବଢାଇଛି ରାଜ୍ୟରେ ହାତୀ ମୃତ୍ୟୁ, ବିଧାନସଭାରେ ମନ୍ତ୍ରୀ ଦେଲେ ସ୍ପଷ୍ଟ ସୂଚନା

ଚିନ୍ତା-ବଢାଇଛି-ରାଜ୍ୟରେ-ହାତୀ-ମୃତ୍ୟୁ,-ବିଧାନସଭାରେ-ମନ୍ତ୍ରୀ-ଦେଲେ-ସ୍ପଷ୍ଟ-ସୂଚନା

ଚିନ୍ତା ବଢାଇଛି ରାଜ୍ୟରେ ହାତୀ ମୃତ୍ୟୁ, ବିଧାନସଭାରେ ମନ୍ତ୍ରୀ ଦେଲେ ସ୍ପଷ୍ଟ ସୂଚନା

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ବିଧାନସଭାରେ ଏକ ଲିଖିତ ଉତ୍ତର । ରାଜ୍ୟରେ ହାତୀ ମୃତ୍ୟୁର ଅନ୍ୟ କିଛି କାରଣ ରୋଗ, ଦୁର୍ଘଟଣା, ଶିକାର ଏବଂ ବିଦ୍ୟୁତ୍ ଆଘାତ।

Published By: Prativa – Prameya-News7 Bureau | February 24, 2026 01:24 PM

NEWS7

minister on elephant

ଭୁବନେଶ୍ୱର ୨୪/୦୨: ଗତ ଦେଢ଼ ବର୍ଷ ମଲେଣି ୧୧୪ ହାତୀ । ସର୍ବାଧିକ ୪୨ ଗୋଟି ହାତୀ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ କରିଥିବା ବେଳେ ବିଭିନ୍ନ ରୋଗ ଦ୍ୱାରା ୨୯ ଗୋଟି ହାତୀ ମରିଛନ୍ତି । ସେହିପରି ଶିକାରୀଙ୍କ ଦ୍ଵାରା ୬ ଗୋଟି ହତ୍ୟା କରାଯାଇଥିବା ବେଳେ, ଲୋକଙ୍କ ପ୍ରତିଶୋଧ ପରାୟଣ ପାଇଁ ୩ ଗୋଟି ହାତୀ ଓ ରେଳ ଦୁର୍ଘଟଣାରେ ୪ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି ।

ଆହୁରି ବି ପ୍ରାକୃତିକ କାରଣ ଦ୍ୱାରା ୧୭ ଗୋଟି ହାତୀ ମୃତ୍ୟୁବରଣ କରିଥିବା ବେଳେ ପାହାଡ଼ରୁ ପଡ଼ି, ନଦୀ ନାଳରେ ପଡ଼ି, ନିଜ ଭିତରେ କଳହ ହୋଇ ୧୩ ଗୋଟି ହାତୀ ମୃତ୍ୟୁବରଣ କରିଛନ୍ତି । ଅପ୍ରାକୃତିକ ହାତୀ ମୃତ୍ୟୁ ପାଇଁ ୯୩ ଜଣ ଲୋକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବିଧାନସଭାରେ ଜଙ୍ଗଲ ଓ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆଙ୍କ ଲିଖିତ ଉତ୍ତର ।

Scroll to Top