ଚାଷୀ ଆତ୍ମହତ୍ୟା ଅଭିଯୋଗ, ଶବ ରଖି ଭବାନୀପାଟଣା-ଖଡ଼ିଆଳ ରାସ୍ତା ଅବରୋଧ

ଚାଷୀ-ଆତ୍ମହତ୍ୟା-ଅଭିଯୋଗ,-ଶବ-ରଖି-ଭବାନୀପାଟଣା-ଖଡ଼ିଆଳ-ରାସ୍ତା-ଅବରୋଧ

ଚାଷୀ ଆତ୍ମହତ୍ୟା ଅଭିଯୋଗ, ଶବ ରଖି ଭବାନୀପାଟଣା-ଖଡ଼ିଆଳ ରାସ୍ତା ଅବରୋଧ

Published By : Prameya-News7 Bureau | August 14, 2025 IST

କଣ୍ଟାବାଞ୍ଜି ୧୪।୮: ଋଣଭାର ସମ୍ଭାଳି ନପାରି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ କଣ୍ଡରା ଗାଁର ଦୁର୍ଗା ଭୋଇ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବୁଧବାର ଦିନ ଦୁର୍ଗା ଭୋଇ ବିଷ ପିଇ ଦେଇଥିଲେ । ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଗୁରୁବାର ଦିନ ଗାଁକୁ ଶବ ପହଞ୍ଚିଲା ପରେ    ରାସ୍ତାରେ ଶବ ରଖି ପରିବାର ବର୍ଗ ସମ୍ପର୍କୀୟ   ରାସ୍ତା ଅବରୋଧ କରିଥିଲେ । ୧୬ ନମ୍ବର ରାଜ୍ୟ ରାଜପଥ ଖଡ଼ିଆଳ-ଭବାନୀପାଟଣା ରାସ୍ତା ଅବରୋଧ ପରେ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା ।   ରାସ୍ତାରୋକରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମେହେର, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, କଂଗ୍ରେସ ନେତା ବୀରେନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହିଥିଲେ ।

You Can Read:

ବୟାଳିଶ ମୌଜା ‘ଘରେ ଘରେ ତ୍ରିରଙ୍ଗା’ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ଏକତା ସୁଦୃଢ କରିବାରେ ରହିଛି ମହତ୍ୱପୂର୍ଣ୍ଣ ଭୂମିକା

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top