ଚାଷୀଙ୍କ ପାଇଁ ଖୁସିର ଖବର, ୭ଦିନ ବଢ଼ିଲା ଧାନ କିଣା ଅବଧି
ଚାଷୀଙ୍କ ପାଇଁ ଖୁସିର ଖବର। ଧାନ କିଣା ଅବଧି ବଢିଥିବା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।
Published By: Kirti – Prameya-News7 Bureau | April 01, 2026 02:33 PM
NEWS7
ଭୁବନେଶ୍ୱର ୦୧।୦୪ : ଚାଷୀଙ୍କ ପାଇଁ ଖୁସିର ଖବର। ବଢ଼ିଲା ଧାନ କିଣା ଅବଧି। ଏହାରି ଉପରେ ନଜର ରଖିଥିଲେ ଚାଷୀମାନେ। ଧାନ କିଣା ଅବଧି ୭ ଦିନ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସାରିଛୁ। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ଦେଲେଣି। ସରକାର ଜଣେ ମଧ୍ୟ ଚାଷୀଙ୍କ ଟୋକନ ଲାପ୍ସ ନହେବ ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ ୭ ଦିନ ଧାନ କିଣାକୁ ବଢ଼ାଇଲେ ସରକାର ବୋଲି ସେ କହିଛନ୍ତି।
Also Read:-୩୦ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ ଘୋଷଣା କଲେ ରାଜ୍ୟ ସରକାର, କାହାକୁ କାହାକୁ ମିଳିଲା ଦାୟିତ୍ବ
ମାର୍ଚ୍ଚ ୩୧ରେ ରାଜ୍ୟରେ ଶେଷ ହୋଇଥିଲା ଖରିଫ ଧାନ କିଣା । ଅନେକ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ କିଛି ବାକି ରହିଯାଇଥିଲେ । ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା । ତେବେ ରାଜ୍ୟ ଯୋଗାଣ ବିଭାଗର ଘୋଷଣା ଅନୁସାରେ ମାର୍ଚ୍ଚ ୩୧ ତାରିଖ ଖରିଫ୍ ଧାନ କିଣାର ଶେଷ ତାରିଖ ଥିଲା । ହେଲେ ଚାଷୀଙ୍କ ପାଖରେ ପାଖାପାଖି ଆଉ ୩୨ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ବଳକା ଧାନ ରହିଯାଇଥିଲା । ଚାରିଆଡୁ ବିରୋଧର ସ୍ୱର ଉଠିଥିଲା । ଯାହାଫଳରେ ଏବେ ଚାଷୀଙ୍କ ଧାନ କିଣା ପାଇଁ ସରକାର ତାରିଖ ବୃଦ୍ଧି କରିଛନ୍ତି । ଧାନ କିଣା ଅବଧିକୁ ଆହୁରି ୭ ଦିନ ବଢ଼ାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।




