ନୂଆଦିଲ୍ଲୀ ୨୦/୦୯: ବାପା ତମେ ଜିତିଗଲ, ମୁଁ ହାରିଗଲି । ଆଜି ମ୍ୟାଚ୍ ହୁଏତ ଆମ ପକ୍ଷରେ । କିନ୍ତୁ ଭଗବାନ ସହଲେନି ମୋ ସୁଖ । ମୋ ଉପରେ ଉଠିଗଲା ମୁରବୀର ହାତ । କାହା ସହ ସେୟାର କରିବି ମୋ ଖୁସି । ଆଉ କିଏ କରିବ ମୋତେ ଆଶୀର୍ବାଦ । ବାପା.. ବାପା… । ଆଜିର ଏହି ବିଜୟ ମିଳେଇ ଯାଇଛି ପାଣି ଫୋଟକା ପରି । ସିଂହଳୀ ବାହିନୀର ଅଲରାଉଣ୍ଡର ସିଂହ ମ୍ୟାଚ୍ରେ ଦେଖାଉଥିଲେ ଦମ୍ । ସେପଟେ ଲିଭିଥିଲା ବାପାଙ୍କ ଜୀବନ ଦୀପ । ୧୮ ସେପ୍ଟେମ୍ୱର ୨୦୨୫ ଏସିଆ କପ୍ ଶ୍ରୀଲଙ୍କା ଅଲରାଉଣ୍ଡର ଦୁନିଥ ୱେଲାଲଗେଙ୍କ ପାଇଁ ପାଲଟିଛି ଅଭିଶପ୍ତ ।
The moment when Sri Lanka’s coach Sanath Jayasuriya and Team manager informed Dunith Wellallage about the demise of his father right after the match. Dunith’s father passed away due to a sudden heart attack. He was 54.🥲
video credits- Dhanushka pic.twitter.com/P01nFFWlVW— Nibraz Ramzan (@nibraz88cricket) September 18, 2025
ସୂଚନା ଥାଉକି, ଗୁରୁବାର ଏସିଆ କପ୍ରେ ଚାଲିଥିଲା ଶ୍ରୀଲଙ୍କା-ଆଫଗାନିସ୍ତାନ ଟକ୍କର । ଗୋଟିଏ ଓଭରରେ ଦୁନିଥ୍ଙ୍କୁ ୫ ଛକା ମାରିଥିଲେ ଆଫଗାନ ପ୍ଲେୟାର ମହମ୍ମଦ ନବି । ଏପଟେ ସେ ସିନା ମ୍ୟାଚ୍ ଖେଳୁଥିଲେ ସେପଟେ ପରଲୋକ ଗମନ କରିଥିଲେ ବାପା ସୁରଙ୍ଗା ୱେଲାଲଗେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମ୍ୟାଚ୍ ଚାଲିଥିବା ହେତୁ ତାଙ୍କୁ ମଝିରେ ଖବର ଦେବା ସମ୍ଭବ ନଥିଲା । ତେଣୁ ମ୍ୟାଚ୍ ସରିବା ହେବା ପରେ ଶ୍ରୀଲଙ୍କା ଦଳର ମୁଖ୍ୟ କୋଚ୍ ସନଥ୍ ଜୟସୂରିୟା ହଠାତ୍ ପହଞ୍ଚିଥିଲେ ବାଉଣ୍ଡରୀ ନିକଟରେ । ପାଖକୁ ଡାକି ଜଣାଇଥିଲେ ଏହି ଦୁଃଖଦ ଖବର । ଆଉ କାଳ ବିଳମ୍ୱ ନକରି ସଙ୍ଗେ ସଙ୍ଗେ ସ୍ୱଦେଶ ଫେରିଯାଇଥିଲେ ଦୁନିଥ୍ । ତାଙ୍କ ସହ ଟିମ୍ ମ୍ୟାନେଜର ମହିନ୍ଦା ହାଲାନଗୋଡା ମଧ୍ୟ ସ୍ୱଦେଶ ଫେରିଥିଲେ । ବାପା’ଙ୍କ ଶେଷକୃତ୍ୟ ସମ୍ପନ୍ନ କରିବା ପରେ ସେ ଏସିଆ କପ୍ର ବାକି ମ୍ୟାଚ୍ ଖେଳିବେ ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ଼ ପକ୍ଷରୁ ସୂଚନା ମିଳିଛି ।
Saddened by the loss of Mr. Suranga Wellalage.
Dunith, your father raised a son the whole nation is proud of. Stay strong — we are with you, and his blessings will carry you forward. pic.twitter.com/JltogBY2cm
— Sanath Jayasuriya (@Sanath07) September 19, 2025
ଦୁନିଥଙ୍କ ବାପାଙ୍କ ବିୟୋଗ ପରେ ଇମୋସନାଲ ପୋଷ୍ଟ କରିଛନ୍ତି ସନଥ ଜୟସୁରିଆ । ସେ ପୋଷ୍ଟରେ କହିଛନ୍ତି, ‘’ ସୁରଙ୍ଗା ୱେଲାଲଗେ ଜୀଙ୍କ ନିଧନରେ ମୁଁ ଦୁଃଖିତ । ସେ ଭଲ ବାପା ସହ ଭଲ କ୍ରିକେଟର ବି ଥିଲେ । ସେ ଏମିତି ଜଣେ ପୁଅକୁ ବଡ଼ କରିଛନ୍ତି ଯାହାକୁ ନେଇ ଦେଶ ଗର୍ବ କରୁଛି । ଦୁନିଥ୍ ତୁମ ବାପା ଜଣେ କ୍ରିକେଟର ଥିଲେ । ସେ ତୁମକୁ ଦେଖି ବହୁତ ଖୁସି ହେଉଥିଲେ । ତାଙ୍କ ଚିନ୍ତାଧାରା, ଖେଳ ପ୍ରତି ଭଲ ପାଇବା ଆଜି ବି ତୁମ ଭିତରେ ବଞ୍ଚିଛି । ମୁଁ ଜାଣିଛି ତୁମେ ବହୁତ ଷ୍ଟ୍ରଙ୍ଗ୍ । ଆଗାମୀ ଦିନରେ ବିଜୟ ସହ ତାଙ୍କୁ ଗର୍ବିତ କରିବ । ଏ କଠିନ ସମୟରେ ତୁମେ କେବେ ନିଜକୁ ଏକା ଭାବିବନି । ମୁଁ ତୁମକୁ କେବେ ବି ବାପାଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେବିନାହିଁ । ମୁଁ ସବୁବେଳେ ତୁମ ବାପାଙ୍କ ପରି ତୁମ ସହ ଛିଡା ହେବି । ଶ୍ରୀଲଙ୍କା ପାଇଁ କ୍ରିକେଟ କେବଳ ଖେଳ ନୁହେଁ ଗୋଟିଏ ପରିବାର ।




