ଚଳନ୍ତା ବସ୍‌ରେ ହଠାତ୍ ଲାଗିଲା ନିଆଁ, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

ଚଳନ୍ତା-ବସ୍‌ରେ-ହଠାତ୍-ଲାଗିଲା-ନିଆଁ,-ସର୍ଟ-ସର୍କିଟ୍‌ରୁ-ନିଆଁ-ଲାଗିଥିବା-ସନ୍ଦେହ

ଚଳନ୍ତା ବସ୍‌ରେ ହଠାତ୍ ଲାଗିଲା ନିଆଁ, ସର୍ଟ ସର୍କିଟ୍‌ରୁ ନିଆଁ ଲାଗିଥିବା ସନ୍ଦେହ

Published By : Prameya-News7 Bureau | August 09, 2025 IST

ଝାରସୁଗୁଡ଼ା ୯।୮: ଜଳିଗଲା ସ୍କୁଲ ବସ୍ । ଚଳନ୍ତା ବସ୍‌ରେ ହଠାତ୍ ଲାଗିଲା ନିଆଁ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଝାରସୁଗୁଡ଼ା ବୃନ୍ଦାବନ କଲୋନୀରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଶନିବାର ଛୁଟି ଥିବାରୁ ‘ଗୁଡ଼ିଆ ଟ୍ରାଭେଲ୍ସ’ ନାମକ ବସ୍‌ର ଚାଳକ ବୃନ୍ଦାବନ କଲୋନୀରେ ରହୁଥିବା ମାଲିକଙ୍କ ଘର ନିକଟକୁ ବସ୍ ନେଇ ଯାଉଥିଲେ । ହଠାତ ବସ୍‌ରେ ନିଆଁ ଲାଗିଯାଇଥିଲା । ବସ୍‌ରେ ନିଆଁ ଲାଗିଥିବା ଦେଖି ଚାଳକ ଜୀବନ ବଞ୍ଚାଇ ଗାଡିରୁ ଡେଇଁ ପଡ଼ିଥିଲେ । ପରେ ବସ୍‌ଟି ହୁତୁ ହୁତୁ ହୋଇ ଜଳିଯାଇଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଗାଡି ଜଳିବାର ସଠିକ୍ କାରଣ ସ୍ପଷ୍ଟ ହୋଇନାହିଁ । ବସ୍‌ରେ କେହି ଯାତ୍ରୀ ନଥିବାରୁ ବଡ଼ ଅଘଟଣ ଟଳିଯାଇଛି । ତେବେ ସର୍ଟ ସର୍କିଟ୍‌ରୁ ବସ୍‌ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

You Can Read:

ଜାଲରେ ପଡିଲା ୨ ଟନ୍‌ର ଚିଲ ଶଙ୍କର ମାଛ, ବଜାରରେ ଚାହିଦା ଅଧିକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top