ଚଳନ୍ତା ବସ୍ରୁ ଖୋଲିଗଲା ଚକ, ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ
Published By: Kirti – Prameya-News7 Bureau | November 20, 2025 08:02 AM
NEWS7
କରଞ୍ଜିଆ ୨୦।୧୧ : ଚଳନ୍ତା ବସ୍ରୁ ଖୋଲିଗଲା ଚକ । ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ୪୦ ଯାତ୍ରୀ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅସନବଣୀ ଛକ ନିକଟରେ ଏଭଳି ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ ମା’ ତାରିଣୀ ନାମକ ଏକ ଘରୋଇ ବସ୍ ଭୁବନେଶ୍ୱରରୁ ରାଇରଙ୍ଗପୁରକୁ ଆସୁଥିଲା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା-କରଞ୍ଜିଆ ରୋଡ୍ ଆସନବଣୀ ଛକ ନିକଟରେ ଚଳନ୍ତା ବସ୍ରୁ ଆଗ ଚକଟି ଖୋଲିଯାଇଥିଲା । ଯାହାଫଳରେ ବସ୍ଟି କିଛି ସମୟ ପାଇଁ ଭାରସାମ୍ୟ ହରାଇବାକୁ ଲାଗିଥିଲା । ହେଲେ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ବସ୍କୁ ରାସ୍ତାକଡ଼ରେ ଛିଡ଼ା କରିଦେଇଥିଲେ । ଯାହାଫଳରେ ଗୋଟିଏ ବଡ଼ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ୪୦ ଜଣ ଯାତ୍ରୀ । ଦୁର୍ଘଟଣା ସଂପର୍କରେ ଖବର ପାଇ ଠାକୁରମୁଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




