ଚଲାଉଥିଲେ ଗାଡି, ହଠାତ୍ ଆସିଲା ହୃଦ୍‌ଘାତ: ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ଏକାଧିକ ଜୀବନ

ଚଲାଉଥିଲେ-ଗାଡି,-ହଠାତ୍-ଆସିଲା-ହୃଦ୍‌ଘାତ:-ନିଜେ-ଚାଲିଗଲେ-ହେଲେ-ବଞ୍ଚାଇଦେଲେ-ଏକାଧିକ-ଜୀବନ

ଚଲାଉଥିଲେ ଗାଡି, ହଠାତ୍ ଆସିଲା ହୃଦ୍‌ଘାତ: ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ଏକାଧିକ ଜୀବନ

Published By: Prativa – Prameya-News7 Bureau | November 20, 2025 01:50 PM

NEWS7

bus driver

ମାଲକାନଗିରି ୨୦/୧୧: ଜୀବନ ମୃତ୍ୟୁ ଅନିଶ୍ଚିତତା । କେତେବେଳେ ଘଟିବ କଣ କିଏ କହିବ । ଏଇ ବସିଛେ, ଏଇ ଉଡ଼ିଯିବ ପ୍ରାଣବାୟୁ । ଏମିତି ଆସେ ମୃତ୍ୟୁ । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲାକିନଗିରିରେ । ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଥିଲା ହୃଦଘାତ । ହେଲେ ନିଜେ ସିନା ଚାଲିଗଲେ ବଞ୍ଚାଇଦେଇଗଲେ ଏକାଧିକ ଜୀବନ । ମାଲକାନଗିରି ଆସୁଥିବା OSRTC ବସ୍‌ରେ ଘଟିଥିଲା ଏମିତି ଅଘଟଣ । ବିଜୟନଗରମରୁ ମାଲକାନଗିରି ଆସୁଥିଲା OSRTC ବସ୍ ।

ସୂଚନା ଥାଉକି, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ବସ୍ ବିଜୟନଗରମ ଠାରୁ ମାଲକାନଗିରି ଯାଉଥିଲା । ଗୁରୁବାର ରାତିରେ କୋରାପୁଟ ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ଡ୍ରାଇଭର ସାଇ କ୍ରିଷ୍ଣା ରାସ୍ତା କଡ଼ରେ ବସ ଛିଡ଼ା କରିଥିଲେ । କଣ୍ଡକ୍ଟର ଓ ଅନ୍ୟ ଡ଼୍ରାଇଭର ତାଙ୍କୁ କୋରାପୁଟ ବଡ଼ ମେଡ଼ିକାଲ ନେବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ମୃତ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୪୦ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ମୃତ ଡ୍ରାଇଭରଙ୍କ ଘର ମାଲକାନଗିରିରେ ବୋଲି ସୂଚନା ମିଳିଛି।

Scroll to Top