ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ରୋଚକ ବିବାହ ଦେଖିବାକୁ ମିଳେ। କେତେବେଳେ ବର ନିଆରା ଢଙ୍ଗରେ ଏଣ୍ଟ୍ରି କରିଥାଏ ତ’ କେତେବେଳେ ପୁଣି କନିଆର ଭିନ୍ନ ଅନ୍ଦାଜ।ହେଲେ ଏବେ ସୋସିଆଲ ମିଡିଆରେ ଏକ ବିବାହକୁ ନେଇ ଖୁବ୍ ଚର୍ଚ୍ଚା। କାରଣ ଏଠି ବର ଆଉ କନ୍ୟାଙ୍କ ବୟସରେ ରହିଛି ବଡ଼ ତାରତମ୍ୟ। ଅବଶ୍ୟ ଏ ଘଟଣାଟି ଆମ ପଡ଼ୋଶୀ ଦେଶର।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓଟି ପାକିସ୍ତାନର ରାଓ୍ବଲପିଣ୍ଡିର। ଏଠାରେ ହକିମ ବାବରଙ୍କ ନାମକ ଜଣେ ୬୦ ବର୍ଷୀୟ ଆୟୁର୍ବେଦ ଚିକିତ୍ସକ, ଛାଡ଼ପତ୍ର ନେଇସାରିଥିବା ଜଣେ ୨୬ ବର୍ଷୀୟା ମହିଳାଙ୍କୁ ବିବାହ କରିଛନ୍ତି। ଏମିତିରେ ତ’ ଉଭୟଙ୍କ ମଧ୍ୟରେ ବୟସର ପାର୍ଥକ୍ୟ। ଆଉ ତା’ପରେ ପୁଣି ଗ୍ରାଣ୍ଡ ଓ୍ବେଣ୍ଡିଂ, ପ୍ରି ଓ୍ବେଡିଂ ଆଦି… ଯାହା ଏବେ ଅନଲାଇନରେ ଚର୍ଚ୍ଚାର ବିଷୟ ହୋଇଛି। ନିକାହ ସମାରୋହ (ଇସଲାମରେ ବିବାହ) ଏବଂ ଫଟୋସୁଟ୍ର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଖୁବ୍ ଭାଇରାଲ ବି ହେଉଛି। ଯାହାକୁ ୟୁଜର୍ସ ଖୁବ୍ ଟ୍ରୋଲ କରୁଛନ୍ତି।
60-year-old Hakeem Babar has married a 26 yo young woman in Pakistan’s Rawalpindi.
According to him, the relationship began when he expressed his feelings by saying “I love you.”
Video of Bridal Photoshot has gone viral on SM pic.twitter.com/FGQHjMLfth
— Megh Updates 🚨™ (@MeghUpdates) February 26, 2026
ଦମ୍ପତିଙ୍କ କହିବା କଥା, ସେମାନଙ୍କ ସମ୍ପର୍କ ପରସ୍ପର ମଧ୍ୟରେ ସ୍ନେହରୁ ଆରମ୍ଭ ହୋଇଥିଲା ଆଉ ପରିବାରର ହସ୍ତକ୍ଷେପରେ ଔପଚାରିକ ଭାବରେ ନିର୍ଦ୍ଧାରିତ ବିବାହରେ ପରିଣତ ହୋଇଥିଲା। ଉଭୟ ବିବାହକୁ ପରସ୍ପର ମଧ୍ୟରେ ସହମତି ଏବଂ ଇସଲାମ ସିଦ୍ଧାନ୍ତ ଅନୁସାରେ ସଂପନ୍ନ ବୋଲି କହିଛନ୍ତି। ହକୀମ ବାବର କହିଛନ୍ତି ବିବାହର ସେତେବେଳେ ତିଷ୍ଠି ଥାଏ ଯେତେବେଳେ ପ୍ରକୃତ ଉଦ୍ଦେଶ୍ୟ ଏବଂ ଆଇନ ଓ ଧାର୍ମିକ ଆବଶ୍ୟକତା ଅନୁପାଳନ କରାଯାଏ। ଦମ୍ପତି ନିଜ ସମ୍ପର୍କକୁ ବ୍ୟକ୍ତିଗତ ପସନ୍ଦ ଏବଂ ପାରିବାରିକ ସ୍ବୀକୃତିର ସମନ୍ବୟ ବୋଲି କହିଛନ୍ତି। ଏକଥା ପରେ ବି ଉଭୟଙ୍କ ମଧ୍ୟରେ ବୟସର ବଡ଼ ତାରତମ୍ୟ ଅନଲାଇନରେ ତୀବ୍ର ପ୍ରତିକ୍ରିୟା ଦେଇଛି। ଏମାନଙ୍କ ବିବାହ ଏବେ ଟ୍ରେଣ୍ଡିଂ ଟପିକ୍ ହୋଇଛି।




