ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାର ଉପଦ୍ରବ, ଭାଙ୍ଗିଲା ଘର, ଖାଇଗଲା ଧାନଚାଉଳ
ଗୋଠଛଡ଼ା ଦନ୍ତାର ଉପଦ୍ରବ । ଭାଙ୍ଗିଲା ୨ଟି ଘର । ଘର ଭାଙ୍ଗି ଘର ଭିତରୁ ଖାଇଗଲା ଧାନଚାଉଳ । ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
Published By: Prativa – Prameya-News7 Bureau | April 06, 2026 09:43 AM
NEWS7
ପାଟଣା: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଗୋଠଛଡ଼ା ଦନ୍ତାର ଉପଦ୍ରବ । ଭାଙ୍ଗିଲା ୨ଟି ଘର । ଘର ଭାଙ୍ଗି ଘର ଭିତରୁ ଖାଇଗଲା ଧାନଚାଉଳ । ଘର ଭିତରେ ଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଉଖୁଣ୍ଡା ସେକ୍ସନ୍ କଟୁପଶି ଓ ପାରୁଡିପଶି ଗାଁରେ ୨ଟି ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଗଲା ଗୋଠଛଡ଼ା ଦନ୍ତାହାତୀ ।
Also Read…Biramaharajpur strike: ଆରକ୍ଷୀ ଅଧିକ୍ଷକ ଓ ଥାନା ଅଧିକାରୀଙ୍କ ବଦଳି ଦାବି, ତେଜିଲା ପ୍ରତିବାଦ
ପାରୁଡିପଶି ଗାଁର ବିରଞ୍ଚି ବେହେରାଙ୍କ ଘର ଭାଙ୍ଗିଥିବା ବେଳେ କଟୁପଶି ଗାଁର ଗମା ମହାନ୍ତଙ୍କ ଘର ଭାଙ୍ଗିଦେଇଛି ଗୋଠଛଡା ଦନ୍ତାହାତୀ । ଘର ଭାଙ୍ଗି, ଘର ଭିତରେ ଥିବା ଧାନ, ଚାଉଳ ଖାଇ ଦେଇଛି ଗୋଠଛଡ଼ା ଦନ୍ତା । ଗତ ୧ସପ୍ତାହ ଧରି ଏହି ଗୋଠଛଡ଼ା ଦନ୍ତାହାତୀ, ଚମ୍ପୁଆ ରେଞ୍ଜରେ ଆତଙ୍କ ଖେଳାଇବା ସହ ବିଭିନ୍ନ ଗାଁରେ ପଶି ଲୋକଙ୍କ ଘର ଭାଙ୍ଗିବା ସହିତ, ପନିପରିବା,ତରଭୁଜ ,ଗହମ ,ଖରାଟିଆ ଧାନ ଚାଷ ନଷ୍ଟ କରୁଛି । ଯାହାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି।




