ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାଖେନା ହାତୀ, ମନ୍ତ୍ରୀ କହିଲେ- ତଦନ୍ତ ରିପୋର୍ଟ ଆସିଲେ ହେବ ଆକ୍ସନ

ଚନ୍ଦକା-ଜଙ୍ଗଲରେ-ଆଖି-ବୁଜିଲା-ମାଖେନା-ହାତୀ,-ମନ୍ତ୍ରୀ-କହିଲେ-ତଦନ୍ତ-ରିପୋର୍ଟ-ଆସିଲେ-ହେବ-ଆକ୍ସନ

ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାଖେନା ହାତୀ, ମନ୍ତ୍ରୀ କହିଲେ- ତଦନ୍ତ ରିପୋର୍ଟ ଆସିଲେ ହେବ ଆକ୍ସନ

Published By: Ruby – Prameya-News7 Bureau | November 22, 2025 11:15 AM

NEWS7

Chandaka

ଭୁବନେଶ୍ବର ୧୧ପଶୁ ଡାକ୍ତର ମାନଙ୍କ ଅକ୍ଲାନ୍ତ ଚେଷ୍ଟା ସତ୍ତ୍ବେ ଚନ୍ଦକା ଜଙ୍ଗଲରେ ଆଖି ବୁଜିଲା ମାଖେନା ହାତୀ । ମାଖେନାର ପୋଷ୍ଟମର୍ଟମ କରାଯିବ । କେଉଁ କାରଣ ପାଇଁ ହାତୀଟିର ମୃତ୍ୟୁ ଘଟିଛି ପୋଷ୍ଟମର୍ଟମ ପରେ ସ୍ପଷ୍ଟ ହେବ ବୋଲି ଚନ୍ଦକା ଡିଏଫଓ ସୂଚନା ଦେଇଛନ୍ତି । ଶୁକ୍ରବାର ଭୋର ସମୟରେ ମାଖେନା ଅସୁସ୍ଥତା କାରଣରୁ ଚୁଡଙ୍ଗଗଡ଼ପାଖ ଜଙ୍ଗଲରେ ପଡିଯାଇଥିଲା । ନନ୍ଦନକାନନର ଏକ ଡାକ୍ତରୀ ଦଳ ମାଖେନାର ଚିକିତ୍ସା କରୁଥିଲେ । ତେବେ ଶୁକ୍ରବାର ରାତିରେ ହାତୀଟିର ମୃତ୍ୟୁ ହୋଇଯାଇଛି ।

ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି, ହାତୀର ମୃତ୍ୟୁ ମଣିଷକୃତ୍ୟ ହୋଇଥିଲେ ତଦନ୍ତ ହୋଇ ଆକ୍ସନ ନିଆଯିବ । ପରିବେଶର ପରିବର୍ତ୍ତନ ଓ ଅସାମାଜିକ ମଣିଷର ପ୍ରାର୍ଦୁଭାବ ପାଇଁ ନିରୀହ ପ୍ରାଣୀର ଜୀବନ ଯାଉଛି । ପରିବେଶ ପରିବର୍ତ୍ତନ ମଣିଷ ଓ ଜୀବଜନ୍ତୁ ପାଇଁ କ୍ଷତିକାରକ । ତେବେ ରାଜ୍ୟରେ ଅନେକ ଜୀବଜନ୍ତୁଙ୍କ ସଂଖ୍ୟା ବଢୁଛି ହେଲେ ଅନ୍ୟ କିଛି ସ୍ଥାନରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ବାରା ହେଉ କିମ୍ବା ପରିବେଶ ପରିବର୍ତ୍ତନ ପାଇଁ ହେଉ ଯେଉଁଠି ହାତୀ ବା ବନ୍ୟଜନ୍ତୁଙ୍କ ମୃତ୍ୟୁ ହେଉଛି ତାକୁ ନେଇ ବିଭାଗ ତଦନ୍ତ ଜାରି ରଖିଛି । ଏବେ ରାଜ୍ୟରେ ହାତୀ ସଂଖ୍ୟା ପ୍ରାୟତଃ ୨୧୧୦ ରହିଛି । ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ଆମ ବିଭାଗ ସଜାଗ ଅଛି । ଟିମ୍ ତଦନ୍ତ କରିବତଦନ୍ତ ରିପୋର୍ଟ ଆସିଲେ ଆକ୍ସନ ନେବ ବିଭାଗ 

Scroll to Top