ଘାଟି ତଳକୁ ଖସିଲା ଜିପ୍, ଅଳ୍ପକେ ବର୍ତ୍ତିଗଲେ ୨୫ରୁ ଅଧିକ ଯାତ୍ରୀ

ଘାଟି-ତଳକୁ-ଖସିଲା-ଜିପ୍,-ଅଳ୍ପକେ-ବର୍ତ୍ତିଗଲେ-୨୫ରୁ-ଅଧିକ-ଯାତ୍ରୀ

ଘାଟି ତଳକୁ ଖସିଲା ଜିପ୍, ଅଳ୍ପକେ ବର୍ତ୍ତିଗଲେ ୨୫ରୁ ଅଧିକ ଯାତ୍ରୀ

Published By : Prameya-News7 Bureau | August 21, 2025 IST

ମାଲକାନଗିରି ୨୧।୦୮ : ମାଲକାନଗିରି ଜିଲ୍ଲା ବାୟାପଡା ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘାଟି ତଳକୁ ଖସିପଡିଲା କମାଣ୍ଡର ଜିପ । ଅଳ୍ପକେ ବର୍ତ୍ତିଲେ ୨୫ରୁ ଅଧିକ ଯାତ୍ରୀ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । 

 ଖବର ଅନୁଯାୟୀ, ୨୫ ଅଧିକ ଯାତ୍ରୀ ଏକ ଜିପ୍‌ ଯୋଗେ କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର ଆମଳିବେଡ଼ାରୁ କୁଡୁମୁଲୁଗୁମ୍ମା ସାପ୍ତାହିକ ହାଟକୁ ଆସୁଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ବାୟାପଡ଼ା ଘାଟି ଠାରେ ତଳକୁ ଖସିପଡିଲା ଜିପ୍‌। ଯାହାଫଳରେ ଜିପ୍‌ରେ ଥିବା କିଛି ଯାତ୍ରୀ ଆହତ ହୋଇଛନ୍ତି। ବାକି ଅନେକ ଯାତ୍ରୀ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେପଟେ ଘଟଣାସ୍ଥଳରେ କୁଡୁମୁଲୁଗୁମ୍ମା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏବେବି କିଛି ଯାତ୍ରୀ ଜିପ୍‌ରେ ଫସିରହିଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top