ଘର ଭିତରୁ ମିଳିଲା ବୃଦ୍ଧ ଦମ୍ପତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
Published By: Ruby – Prameya-News7 Bureau | November 01, 2025 10:31 AM
NEWS7
ବରଗଡ଼ ୧।୧୧: ବେକରେ ରଶି ଲଗାଇ ଜୀବନ ହାରିଲେ ବୃଦ୍ଧ ଦମ୍ପତି । ଘର ଭିତରୁ ମିଳିଲା ଉଭୟଙ୍କ ମୃତଦେହ । ବରଗଡ଼ ସଦର ଥାନା ଗଞ୍ଜିଆ ଟିକ୍ରା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ବରଗଡ଼ ସଦର ଥାନା ଗଞ୍ଜିଆ ଟିକ୍ରା ଗାଁରେ ବେକରେ ରଶି ଲଗାଇ ବୃଦ୍ଧ ଦମ୍ପତି ଅତ୍ମହତ୍ୟା କରିଥିବା ଜଣାପଡିଛି । ଘର ଭିତରୁ ଉଭୟଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ହେଲେ କିରଟି ପ୍ରଧାନ ଓ ତାଙ୍କ ସ୍ତ୍ରୀ ଶାନ୍ତି ପ୍ରଧାନ । ତେବେ ଦମ୍ପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ସଦର ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ଉଭୟଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ ।




