ଘରେ ଥିବା ପେଟ୍ରୋଲ ବ୍ୟାରେଲ ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

ଘରେ-ଥିବା-ପେଟ୍ରୋଲ-ବ୍ୟାରେଲ-ଫାଟି-ଜଳିଗଲା-ଘର,-ଅଳ୍ପକେ-ବର୍ତ୍ତିଲେ-ପରିବାର-ଲୋକ

ଘରେ ଥିବା ପେଟ୍ରୋଲ ବ୍ୟାରେଲ ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

Published By : Prameya-News7 Bureau | August 15, 2025 IST

ଛତ୍ରପୁର ୧୫।୮: ଘରେ ଥିବା ପେଟ୍ରୋଲ ବ୍ୟାରେଲ ଫାଟି ଅଗ୍ନିକାଣ୍ଡ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମ ବାଲିସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡ ଫଳରେ ସମ୍ପୂର୍ଣ୍ଣ ଘରଟି ଜଳି ଯାଇଥିବା ଦେଖିବାକୁ ମିଳିଛି । ଘରର ଆସବାବପତ୍ର ମଧ୍ୟ ପୋଡି ନଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁ ନିଜ ଘରେ ପେଟ୍ରୋଲ ବ୍ୟାରେଲରେ ରଖି ବିକ୍ରି କରୁଥିଲେ । ଶୁକ୍ରବାର ସକାଳୁ କୌଣସି କାରଣ ବଶତଃ ସେହି ପେଟ୍ରୋଲ ବ୍ୟାରେଲ ନିଆଁ ଲାଗି ଫାଟି ଯାଇଥିଲା l ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ l ଘଟଣାର ଖବର ପାଇ ଛତ୍ରପୁରରୁ ଦୁଇଟି ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ଘରର ବହୁ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି l ଏପରିକି ଦୁଇଟି ଗାଡି ପୋଡି ନଷ୍ଟ ହୋଇଛି । ଏ ଘଟଣା ତଦନ୍ତ ଜାରି ରଖିଛି ପୋଲିସ ।

You Can Read:

କଂଗ୍ରେସ ଭବନରେ ପାଳିତ ହୋଇଛି ୭୯ତମ ସ୍ୱାଧୀନତା ଦିବସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପିସିସି ସଭାପତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top