ଘଟଗାଁ ରେଞ୍ଜରେ ବୁଲୁଛି ବାଘ, ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ
Published By: Kirti – Prameya-News7 Bureau | October 22, 2025 08:57 AM
NEWS7
ଘଟଗାଁ ୨୨।୧୦ : ସାବଧାନ ବୁଲୁଛି ବାଘ । କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜରେ ଏକ କଲରାପତରିଆ ବାଘ ବୁଲୁଥିବାର ସୂଚନା ମିଳିଛି । ଏପିରିକି ସେହି ଅଞ୍ଚଳରେ ବାଘର ପାଦ ଚିହ୍ନ ଠାବ ହୋଇଥିବା ସୂଚନା ।
ଖବର ଅନୁଯାୟୀ, ଘଟଗାଁ ରେଞ୍ଜ ବାଲିପୋଖରୀ ବିଟ୍ ଅଧିନସ୍ତ ବାରବାଙ୍କ ଜଙ୍ଗଲରେ କଲରାପତରିଆ ବାଘର ପାଦ ଚିହ୍ନ ଠାବ ହୋଇଛି । ବାଘକୁ ଟ୍ରାକ କରିବା ପାଇଁ ବନବିଭାଗ ଜଙ୍ଗଲରେ କ୍ୟାମେରା ଲଗାଇଥିବା ସୂଚନା । ବାଘର ପାଦ ଚିହ୍ନ ଚିହ୍ନଟ ହେବା ପରେ ସ୍ଥାନୀୟ ଅଞ୍ଚଳର କୋଳିମାଟି, ଦୁଧିଆନାଳି, ବାଲିପୋଖରୀ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ଅନ୍ୟପଟେ ଜଙ୍ଗଲ ଯିବା ପାଇଁ ସ୍ଥାନୀୟ ଲୋକଙ୍କୁ ବାରଣ କରିବା ସହିତ ସତର୍କ ରହିବାକୁ କହିଛି ଘଟଗାଁ ବନବିଭାଗ ।




