ମୁମ୍ୱାଇ – ବଲିଉଡ୍ ଅଭିନେତା ଗୋବିନ୍ଦା ଫିଲ୍ମ ଇଣ୍ଡଷ୍ଟ୍ରୀର ସେହି ଷ୍ଟାରଙ୍କ ମଧ୍ୟରେ ଜଣେ , ଯିଏ କେବଳ ନିଜର ଆକ୍ଟିଂ ପାଇଁ ନୁହେଁ , ବରଂ ନିଜର ଡ୍ୟାନ୍ସ ପାଇଁ ମଧ୍ୟ ଖୁବ୍ ଜଣାଶୁଣା। ଗୋବିନ୍ଦା ତାଙ୍କର କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ଗୋବିନ୍ଦା ପ୍ରଫେସନାଲ ଲଇଫ୍ ସହ ନିଜର ପର୍ସନାଲ ଲାଇଫ୍କୁ ନେଇ ମଧ୍ୟ ଖବରରେ ଅଛନ୍ତି। ନିକଟରେ ଗୋବିନ୍ଦା ତାଙ୍କର ବୈବାହିକ ଜୀବନରେ ଆସିଥିବା ବିବାଦକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡ଼ିଆରେ ଗୋବିନ୍ଦା ଓ ସୁନୀତାଙ୍କ ଛାଡ଼ପତ୍ରର ଖବର ଖୁବ୍ ଭାଇରାଲ। ହେଲେ , ପରେ ସୁନୀତା ଏହିସବୁ ଖବରକୁ ଗୁଜବ ଦର୍ଶାଇ ଖାରଜ କରଦେଇ ଥିଲେ। ଏହି ମଧ୍ୟରେ ଏବେ ଗୋବିନ୍ଦା ଏକ ଲାଟେଷ୍ଟ ଭିଡ଼ିଓ ଇଣ୍ଟରନେଟ୍ରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଗୋବିନ୍ଦାଙ୍କ ଟ୍ରାନ୍ସଫର୍ମେସନ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ।
ଗୋବିନ୍ଦାଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏହି ଭିଡ଼ିଓ ବିରଲ ଭୟାନୀଙ୍କ ଅଫିସିଆଲି ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରାଯାଇଛି। ଏହି ଭିଡ଼ିଓରେ ଗୋବିନ୍ଦା ନିଜର ସ୍ୱତନ୍ତ୍ର ଅନ୍ଦାଜରେ ନଜର ଆସୁଛନ୍ତି। ଏହି ସମୟରେ ଅଭିନେତା ହ୍ୱାଇଟ୍ କଲରର ଟି-ସାର୍ଟ ଓ ଡେନିମ୍ ଜିନ୍ସ ସହ ୟେଲୋ କଲରର କୋଟ୍ ପିନ୍ଧିବା ନଜର ଆସୁଛି। ଏହାସହ ତାଙ୍କର ଷ୍ଟାଇଲିଶ୍ ଚଷମା ତାଙ୍କର ଲୁକ୍କୁ ଆହୁରି ଖୁବ୍ ସୁନ୍ଦର କରିଛି। କିନ୍ତୁ ଏହି ଭିଡ଼ିଓରେ ସମସ୍ତଙ୍କର ଧ୍ୟାନ ଯଦି କୌଣସି ଜିନିଷ ଆକର୍ଷିତ କରିଛି ତ , ତାହା ଗୋବିନ୍ଦାଙ୍କର ଟ୍ରାନ୍ସଫର୍ମେସନ। ଭିଡ଼ିଓରେ ଅଭିନେତାଙ୍କର ଓଜନ ଖୁବ୍ ହ୍ରାସ ପାଇଥିବା ଦେଖାଯାଉଛି। ଗୋବିନ୍ଦା ପୂର୍ବାପେକ୍ଷା ଅଧିକ ଫିଟ୍ ଓ ସ୍ଲିମ୍ ନଜର ଆସୁଛନ୍ତି।
ଗୋବିନ୍ଦାଙ୍କର ଏହି ଭିଡ଼ିଓ ଇଣ୍ଟରନେଟ୍ରେ ଖୁବ୍ ଜୋରରେ ଭାଇରାଲ ହେଉଛି। ଏହା ଉପରେ କମେଣ୍ଟ କରି ୟୁଜର୍ସ ନିଜର ରିଆକ୍ସନ ଦେବା ସହ ତାଙ୍କର ଟ୍ରାନ୍ସଫର୍ମେସନର ପ୍ରଶଂସା ମଧ୍ୟ କରୁଛନ୍ତି।ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି , ରାଜା ବାବୁ ପୂର୍ବାପେକ୍ଷା ଅଧିକ ଫିଟ୍ ଲାଗୁଛନ୍ତି।




