ମୁମ୍ୱାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ପତ୍ନୀ ସୁନୀତା ଆହୁଜା ପୁଣି ଥରେ ନିଜ ସ୍ୱାମୀଙ୍କ ଅଭ୍ୟାସକୁ ସମାଲୋଚନା କରିଛନ୍ତି। ସୁନୀତା ପଡକାଷ୍ଟରେ କହିଛନ୍ତି , ଗୋବିନ୍ଦା ଜ୍ୟୋତିଷ ଓ ପଣ୍ଡିତଙ୍କ ପରାମର୍ଶ ଉପରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ନିଜର ପର୍ସନାଲ ଆବଶ୍ୟକତା ପାଇଁ ଖର୍ଚ୍ଚ କରନ୍ତି ନାହିଁ। ସେ କହିଛନ୍ତି ଗୋବିନ୍ଦାଙ୍କୁ ନିଜ ଶରୀରର ଧ୍ୟାନ ଦେବାର ଆବଶ୍ୟକ ରହିଛି।
ସୁନୀତା ଅବରା କା ଡାବରା ଶୋ’ରେ ପାରସ ଛାବରାଙ୍କୁ କହିଥିଲେ, ଆମ ଘରେ ମଧ୍ୟ ଜଣେ ପଣ୍ଡିତ ଅଛନ୍ତି। ଗୋବିନ୍ଦାଙ୍କ ପର୍ସନାଲ ପଣ୍ଡିତ। ସେ ଥରେ ପୂଜା କରନ୍ତି ଏବଂ ୨ ଲକ୍ଷ ଟଙ୍କା ନେଇ ଯାଆନ୍ତି। ମୁଁ ଗୋବିନ୍ଦାଙ୍କୁ କହୁଛି ଯେ, ତୁମେ ନିଜେ ପୂଜା କର। ତାଙ୍କ ଦ୍ୱାରା କରାଯାଉ ଥିବା ପୂଜାପାଠ କୌଣସି କାମରେ ଆସିବ ନାହିଁ। ଭଗବାନ ତୁମର ନିଜର ପ୍ରାର୍ଥନା ଶୁଣିବେ। ଯଦି ମୁଁ ଦାନ କରେ କିମ୍ୱା କୌଣସି ଭଲ କାମ କରେ ତ ନିଜ ହାତରେ କରିଥାଏ।
ସେ ଆହୁରି ମଧ୍ୟ ଗୋବିନ୍ଦାଙ୍କୁ ନିଜର ଯତ୍ନ ନେବା ଆରମ୍ଭ କରିବାକୁ ହେବ। ଏବେ ଚିଚିଙ୍କୁ ଓଜନ କମାଇବାକୁ ହେବ ଏବଂ ଭଲ ଦେଖାଯିବା ଉଚିତ। ତାଙ୍କର ସ୍କିନ୍ ଖରାପ ହୋଇ ଗଲାଣି। ତାଙ୍କୁ ନଜର ଧ୍ୟାନ ନେବା ଉଚିତ।ଏହା ମୋର ପ୍ରାର୍ଥନା। ସେ ନିକଟରେ କହିଥିଲେ ଯେ, ମୁଁ ତିନୋଟି ଫିଲ୍ମ କରୁଛି , କିନ୍ତୁ ମୋତେ ଲାଗୁଛି ସମସ୍ୟା ଏହା ଯେ,ତାଙ୍କୁ ଭଲ ଟିମ୍ ମିଳୁ ନାହିଁ। ସେ ଯେଉଁ ମଣ୍ଡଳୀରେ ବସୁଛନ୍ତି , ଏଥିରେ ମୁର୍ଖ ଲେଖକ ଅଛନ୍ତି , ଯିଏ ଲେଖକ କମ୍ , ମୁର୍ଖ ଅଧିକ ଅଛନ୍ତି।

ସୁନୀତା ଆହୁରି କହିଛନ୍ତି , ସେମାନେ ତାଙ୍କୁ ମୁର୍ଖ କରୁଛନ୍ତି , ଆଉ ଖରାପ ପରାମର୍ଶ ଦେଉଛନ୍ତି। ତାଙ୍କୁ ଭଲ ଲୋକ ମିଳୁ ନାହାନ୍ତି ଏବଂ ସେ ମୋତେ ପସନ୍ଦ କରୁ ନାହାନ୍ତି , କାରଣ ମୁଁ ସତ କହୁଛି ବୋଲି। ମୋ ବିଷୟରେ ସମସ୍ତେ ତାଙ୍କ କାନରେ କହୁଛନ୍ତି ଏବଂ ସେ ସବୁକୁ ବିଶ୍ୱାସ କରି ଯାଉଛନ୍ତି। ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ, ଯଦି କିଛି କହିବାର ଅଛି , ତ ମୋ ମୁହଁରେ କୁହ, ତାଙ୍କୁ ନୁହେଁ।




