ଗୁମାଝରଣ ବୁଲିବାକୁ ଆସିଥିଲେ, ପାଣି ସୁଅରେ ଭାସିଗଲେ ୩ ପର୍ଯ୍ୟଟକ
Published By: Kirti – Prameya-News7 Bureau | November 19, 2025 09:22 AM
NEWS7
ମାଥିଲି ୧୯।୧୧ : ଜଳପ୍ରପାତ ବୁଲିବାକୁ ଆସି ଦୁଇ ପର୍ଯ୍ୟଟକ ନିଖୋଜ। ମାଲକାନଗିରି ଖଇରପୁଟ ବ୍ଲକ ଗୁମାଝରଣ ଜଳପ୍ରପାତରେ ଘଟିଛି ଦୁର୍ଘଟଣା। ଜଳପ୍ରପାତରେ ଭାସି ଯାଇଛନ୍ତି ୨ ଜଣ ଛାତ୍ର । ବହୁ ଖୋଜାଖୋଜି ପରେ ମଧ୍ୟ ୨ ଛାତ୍ରଙ୍କ ପତ୍ତା ମିଳୁନି।
ଖବର ଅନୁଯାୟୀ, ମଙ୍ଗଳବାର ମାଲକାନଗିରି ଖଇରପୁଟ ବ୍ଲକ ଗୁମାଝରଣ ଜଳପ୍ରପାତ ବୁଲିବାକୁ ଆସିଥିଲେ ୫ ଜଣ ଛାତ୍ର। ଗାଧୋଇବା ବେଳେ ଅସାବଧାନତା ଯୋଗୁ ୩ ଜଣ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ପରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଏଯାଏ ଭାସିଯାଇଥିବା ୨ ଛାତ୍ରଙ୍କ କୌଣସି ଖୋଜଖବର ମିଳିପାରିନି। ନିଖୋଜ ଛାତ୍ରଙ୍କ ପରିବାର ଲୋକେ ମାଥିଲି ଥାନାରେ ଏତଲା ଦେବା ପରେ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି। ନିଖୋଜ ଛାତ୍ର ହେଲେ ଏସ ଶ୍ରିକର ଏବଂ ଲିଙ୍ଗରାଜ ମହାପାତ୍ର। ଉଭୟ ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟର ଛାତ୍ର ହୋଇଥିବା ଜଣାପଡ଼ିଛି।




