ଗାଁକୁ ମାଡ଼ିଆସିଲେ ଜଙ୍ଗଲୀ ହାତୀ, ଗୋଟିଏ ପରିବାର ୪ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଦଳିଦେଲା
Published By: Chandan – Prameya-News7 Bureau | February 13, 2026 11:37 AM
NEWS7
ନୂଆଦିଲ୍ଲୀ: ଜଙ୍ଗଲୀ ହାତୀ ପଲଙ୍କୁ ହାବୁଡରେ ପଡ଼ିଗଲେ ପୂରା ପରିବାର। ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ସମେତ ଅତି କମରେ ଛଅ ଜଣଙ୍କୁ ଦଳି ମାରିଦେଇଛି ହାତୀ। ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାରେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ବନ ଅଧିକାରୀଙ୍କ ସୂଚନା ଅନୁସାରେ ଗତ କିଛି ଦିନ ଧରି ଅନେକ ଲୋକଙ୍କୁ ଆକ୍ରମଣ କରିଥିବା ହାତୀ ଦଳ ଗୁରୁବାର ରାତିରେ ଚର୍ଚ୍ଚୁ ବ୍ଲକର ଗୋଣ୍ଡୱାର ଗାଁରେ ପ୍ରବେଶ କରି ଶୁକ୍ରବାର ଭୋର ସମୟରେ ଛଅ ଜଣଙ୍କୁ ଦଳି ଦେଇ ରିଛି। ହଜାରୀବାଗ ପୂର୍ବ ବନ ଅଧିକାରୀ (ଡିଏଫଓ) ବିକାଶ କୁମାର ଉଜ୍ଜ୍ୱଳ ପିଟିଆଇକୁ କହିଛନ୍ତି।
ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ଅଛନ୍ତି। ଗୋଟିଏ ପିଲା ମଧ୍ୟ ଗୁରୁତର ଆହତ ହୋଇଛି। ଚିକିତ୍ସା ପାଇଁ ହଜାରୀବାଗର ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସେ କହିଛନ୍ତି। ଗତ କିଛି ଦିନ ଧରି ବୋକାରୋ, ରାମଗଡ଼ ଏବଂ ହଜାରୀବାଗ ଜିଲ୍ଲାରେ ବୁଲୁଥିବା ହାତୀ ଦଳି ଦେଇଥିଲା ଏବଂ ପୂର୍ବରୁ ବୋକାରୋରେ ବ୍ୟାପକ କ୍ଷତି ଘଟାଇଥିଲା, ଉଜ୍ଜ୍ୱଳ କହିଛନ୍ତି।




