ଖୋଜୁଥିଲେ କିଛି, ପାଇଲେ ଆଉ କିଛି: ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା…

ଖୋଜୁଥିଲେ-କିଛି,-ପାଇଲେ-ଆଉ-କିଛି:-ଘରୁ-ମିଳିଲା-ବିଡ଼ା-ବିଡ଼ା-ଟଙ୍କା…

ଖୋଜୁଥିଲେ କିଛି, ପାଇଲେ ଆଉ କିଛି: ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା…

ଡ୍ରଗ୍ସ ମାମଲାରେ ଚଢ଼ାଉ ବେଳେ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ମୟୂରଭଞ୍ଜ ଉଦଳା ଥାନା ତେଲଦିହୁଡ଼ି ଗାଁର ଦେବେନ୍ଦ୍ର ବେହେରାଙ୍କ ଘରୁ ଟଙ୍କା ଜବତ କରିଛି ପୋଲିସ।

Published By: Kirti – Prameya-News7 Bureau | March 25, 2026 08:48 AM

NEWS7

udala

ଉଦଳା ୨୫।୦୩ :  ଡ୍ରଗ୍ସ ମାମଲାରେ ଚଢ଼ାଉ ବେଳେ ଘରୁ ମିଳିଲା ବିଡ଼ା ବିଡ଼ା ଟଙ୍କା। ମୟୂରଭଞ୍ଜ ଉଦଳା ଥାନା ତେଲଦିହୁଡ଼ି ଗାଁର ଦେବେନ୍ଦ୍ର ବେହେରାଙ୍କ ଘରୁ ୬ ଲକ୍ଷ ୬୦ ହଜାର ଟଙ୍କା ଜବତ କରିଛି ପୋଲିସ।

Also Read:-Snake Dog Fight: ଲଢେଇ ଥିଲା ଜୋରଦାର, ଗୋଟିଏ ସାପକୁ ୪ କୁକୁର, ଶେଷରେ ଚଳଚ୍ଚିତ୍ର ପରି ଏଣ୍ଡିଂ…..

ଖବର ଅନୁଯାୟୀ, ଦେବେନ୍ଦ୍ର ଡ୍ରଗ୍ସ କାରବାରରେ ଲିପ୍ତ ଥିବା ନେଇ ଖବର ମିଳିବା ପରେ ପୋଲିସ ରାତି ଅଧରେ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ସମୟରେ ଦେବେନ୍ଦ୍ରଙ୍କ ଘରୁ ବିପୁଳ ପରିମାଣର ଦେଶୀ ମଦ ଓ ପେଟିରେ ଭର୍ତ୍ତି ହୋଇଥିବା ଟଙ୍କା ଜବତ କରିଛି। ଏତେ ଟଙ୍କା ଦେଖି ପୋଲିସ ମଧ୍ୟ ତାଜୁବ ହୋଇଯାଇଛି। ଦେବେନ୍ଦ୍ରଙ୍କ ଘରୁ ଡ୍ରଗ୍ସ ମିଳି ନଥିବା ବେଳେ ଡ୍ରଗ୍ସ କାରବାରରୁ ସେ ଏତେ ଟଙ୍କା ଠୁଳ କରିଥିବା ପୋଲିସ ସନ୍ଦେହ କରୁଛି। ଅଭିଯୁକ୍ତ ଦେବେନ୍ଦ୍ରଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଚଳାଇଛି।

Watch Video:-

Scroll to Top