ଖେଳ ପ୍ରଶାସନ ବିଧେୟକ ଲୋକସଭାରେ ପାରିତ, କେନ୍ଦ୍ରମନ୍ତ୍ରୀ କହିଲେ- ସ୍ୱାଧୀନ ଭାରତର ସବୁଠୁ ବଡ଼ ଖେଳ ସଂସ୍କାର

ଖେଳ-ପ୍ରଶାସନ-ବିଧେୟକ-ଲୋକସଭାରେ-ପାରିତ,-କେନ୍ଦ୍ରମନ୍ତ୍ରୀ-କହିଲେ-ସ୍ୱାଧୀନ-ଭାରତର-ସବୁଠୁ-ବଡ଼-ଖେଳ-ସଂସ୍କାର

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ରାଷ୍ଟ୍ରୀୟ ଖେଳ ପ୍ରଶାସନ (ନ୍ୟାସନାଲ୍ ସ୍ପୋର୍ଟ୍ସ ଗଭରନାନ୍ସ) ବିଧେୟକ ସୋମବାର ଲୋକସଭାରେ ପାରିତ ବୋଇଛି । କେନ୍ଦ୍ର ଖେଳ ମନ୍ତ୍ରୀ ମନସୁଖ ମଣ୍ଡଭିୟ ଏହାକୁ ସ୍ୱାଧୀନତା ପରେ ଭାରତୀୟ ଖେଳର ସବୁଠୁ ବଡ଼ ସଂସ୍କାର ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ମାଣ୍ଡଭିୟ ଜୁଲାଇ ୨୩ରେ ଏହି ବିଧେୟକକୁ ଲୋକସଭାରେ ଉପସ୍ଥାପନ କରିଥିଲେ । ଏହି ବିଧେୟକରେ ଉତ୍ତରଦାୟୀ ପାଇଁ ଏକ କଠୋର ବ୍ୟବସ୍ଥା କରିବା ପାଇଁ ଏକ ରାଷ୍ଟ୍ରୀୟ ଖେଳ ବୋର୍ଡ (ଏନ୍‌ଏସବି) ଗଠନର ପ୍ରାବଧାନ ରହିଛି । ସମସ୍ତ ରାଷ୍ଟ୍ରୀୟ ଖେଳ ମହାସଂଘ (ଏନ୍‌ଏସ୍‌ଏଫ)କୁ କେନ୍ଦ୍ର ସରକାରଙ୍କଠାରୁ ଅର୍ଥ ପାଇବାକୁ ହେଲେ ଏନଏସବିଠାରୁ ମାନ୍ୟତା ହାସଲ କରିବାକୁ ପଡ଼ିବ ।

କେନ୍ଦ୍ର ଖେଳ ମନ୍ତ୍ରୀ କହିଛନ୍ତି, ଏହା ସ୍ୱାଧୀନତା ପରେ ଖେଳ କ୍ଷେତ୍ରରେ ଅଣାଯାଇଥିବା ସବୁଠୁ ବଡ଼ ସଂସ୍କାର ଅଟେ । ଏହି ବିଧେୟକ ଖେଳ ସଂଘରେ ଉତ୍ତରଦାୟୀ, ନ୍ୟାୟ ଓ ଉତ୍ତମ ପ୍ରଶାସନ ସୁନିଶ୍ଚିତ କରିବ । ଭାରତର ଖେଳ ଜଗତରେ ଏହାର ବଡ଼ ଗୁରୁତ୍ୱ ରହିବ । ତେବେ ଏହା ଦୁର୍ଭାଗ୍ୟର କଥା ଯେ ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଓ ସଂସ୍କାରରେ ବିରୋଧୀଙ୍କ ଭାଗିଦାରୀ ନାହିଁ । 

ଏହି ବିଲ୍ ଅନୁଯାୟୀ, ‘ଜାତୀୟ ସ୍ୱାର୍ଥରେ ନିର୍ଦ୍ଦେଶ ଜାରି କରିବା ଏବଂ ପ୍ରତିବନ୍ଧକ ଲଗାଇବାର କ୍ଷମତା’ ସମ୍ବନ୍ଧୀୟ ଧାରା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପାଖରେ ସ୍ୱତନ୍ତ୍ର ପରିସ୍ଥିତିରେ ଭାରତୀୟ ଦଳ ଏବଂ ବ୍ୟକ୍ତିଗତ ଖେଳାଳିଙ୍କ ଅନ୍ତର୍ଜାତୀୟ ଅଂଶଗ୍ରହଣ ଉପରେ ଯୁକ୍ତିଯୁକ୍ତ ପ୍ରତିବନ୍ଧକ ଲଗାଇବାର କ୍ଷମତା ରହିବ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବିଧେୟକରେ ରାଷ୍ଟ୍ରୀୟ ଖେଳ ନ୍ୟାୟାଧିକରଣର ପ୍ରସ୍ତାବ ରହିଛି । ଏହା ଅନୁସାରେ, ଏକ ଦେୱାନୀ କୋର୍ଟ ପାଖରେ ଶକ୍ତି ରହିବ, ଯିଏ ମହାସଂଘ ଓ ଖେଳାଳିଙ୍କ ଚୟନଠାରୁ ଆରମ୍ଭ କରି ବିବାଦର ସମାଧାନ କରିବ । ଥରେ ରାୟ ଆସିବା ପରେ, ନିଷ୍ପତ୍ତିକୁ କେବଳ ସର୍ବୋଚ୍ଚ ନ୍ୟାୟାଳୟରେ ହିଁ ଚ୍ୟାଲେଞ୍ଜ କରାଯାଇପାରିବ ।

Scroll to Top