ଖେଳୁଥିବା ବେଳେ ପାଣିରେ ବୁଡି ଶିଶୁ ମୃତ , ଦୁଇ ପୁଅକୁ ହରାଇ ଧୈର୍ଯ୍ୟହରା ମାଆ

ଖେଳୁଥିବା-ବେଳେ-ପାଣିରେ-ବୁଡି-ଶିଶୁ-ମୃତ-,-ଦୁଇ-ପୁଅକୁ-ହରାଇ-ଧୈର୍ଯ୍ୟହରା-ମାଆ

ଖେଳୁଥିବା ବେଳେ ପାଣିରେ ବୁଡି ଶିଶୁ ମୃତ , ଦୁଇ ପୁଅକୁ ହରାଇ ଧୈର୍ଯ୍ୟହରା ମାଆ

Published By: Sangita – Prameya-News7 Bureau | November 17, 2025 06:18 PM

NEWS7

Bhadrak

ଭଦ୍ରକ : ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଶିଶୁ ମୃତ । ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନ ସାହାପୁର ପଞ୍ଚାୟତ ଶିଣୀପୁର ଗାଁରେ ଘଟିଛି ଅଘଟଣ। ଘରେ ଠାକୁର ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଘରର ସମସ୍ତେ ଲୋକ କାମରେ ବ୍ୟସ୍ତ ଥିଲେ । ଦୁଇଟି ଶିଶୁ ଖେଳୁଥିବା ବେଳେ ଅଜାଣତରେ ବାଡି ପାଖ ପୋଖରୀକୁ ଖସି ପଡିଥିଲେ।

ଦୁଇ ଜଣଙ୍କୁ ପରିବାର ଲୋକେ ଖୁବ୍ ଖୋଜାଖୋଜି କରିଥିଲେ, କିନ୍ତୁ ପାଇନଥିଲେ। କିଛି ସମୟ ପରେ ଦୁଇଜଣଙ୍କୁ ଘର ପଛରେ ଥିବା ଗାଡିଆରେ ଭାସିଥିବା ଅବସ୍ଥାରେ ପାଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଶିଶୁଙ୍କ ମଧ୍ୟରୁ ଜଣେ ଜୟନ୍ତ ସାହୁଙ୍କ 4 ବର୍ଷର ପୁଅ ହିମାଂଶୁ ସାହୁ । ମାମୁଁ ଘରକୁ ଆସିଥିଲେ ବୁଲିବା ପାଇଁ । ଅନ୍ୟ ଜଣକ ହେଲେ ଶିଣୀପୁର ଗାଁର ବୁଲୁ ବାରିକଙ୍କ 3 ବର୍ଷର ପୁଅ ଅନନ୍ତ ବାରିକ ବୋଲି ସୂଚନା ମିଳିଛି ।ସେପଟେ 2 ପୁଅକୁ ହରାଇ 2 ମାଆ ପାଗଳ ପ୍ରାୟ। କାନ୍ଦି କାନ୍ଦି ଆଖିରୁ ଲୁହ ସୁଖୁନି। 

Scroll to Top