ଖୁବ୍‌ଶୀଘ୍ର ରାଜଧାନୀରେ ହେବ ଡଗ୍ ସେନସସ, ଭାକ୍ସିନେସନ ପରେ କାନରେ ଲାଗିବ ଟ୍ୟାଗ୍

ଖୁବ୍‌ଶୀଘ୍ର-ରାଜଧାନୀରେ-ହେବ-ଡଗ୍-ସେନସସ,-ଭାକ୍ସିନେସନ-ପରେ-କାନରେ-ଲାଗିବ-ଟ୍ୟାଗ୍

ଖୁବ୍‌ଶୀଘ୍ର ରାଜଧାନୀରେ ହେବ ଡଗ୍ ସେନସସ, ଭାକ୍ସିନେସନ ପରେ କାନରେ ଲାଗିବ ଟ୍ୟାଗ୍

Published By : Prameya-News7 Bureau | August 22, 2025 IST

ଭୁବନେଶ୍ୱର ୨୨/୦୮: ଏଣେ ତେଣେ ବୁଲା କୁକୁରଙ୍କୁ ଖାଇବା ଦେବା ନେଇ ବାରଣ କରାଯିବ। ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ଵାଗତ ଯୋଗ୍ୟ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ୍ । ସରକାରୀ ବ୍ୟବସ୍ଥା ନେଇ କାମ କରିବୁ । ବର୍ଷା ପାଇ ରାଜଧାନୀରେ କୁକୁର ବନ୍ଧ୍ୟାକରଣ ଧିମେଇଚି । କୁକୁରଙ୍କ ପାଇ ଅଧିକ କେନାଲ ବ୍ୟବସ୍ଥା କରାଯିବ। 

ମେୟରଙ୍କ କହିବା କଥା ରାଜଧାନୀରେ ପ୍ରତିଦିନ ୨୦ରୁ ୩୦ କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି । ଆଗକୁ ଅଧିକ ସଂଖ୍ୟାରେ କୁକୁର ବନ୍ଧ୍ୟା କରଣ କରାଯିବ । ବନ୍ଧ୍ୟା କରଣ ପାଇଁ ଅଧିକ ଭିତ୍ତିଭୂମିର ଆବଶ୍ୟକତା ରହିଛି । କୁକୁରଙ୍କ ସଂଖ୍ୟା ଜାଣିବା ପାଇଁ ରାଜଧାନୀରେ ହେବ ଡଗ୍ ସେନସସ । 

ଏ ନେଇ ପ୍ରଥମିକ ସ୍ତରରେ କାମ ଆରମ୍ଭ କରାଯାଇଛି । କୁକୁରଙ୍କୁ ଭେକ୍ସିନେସନ ତଥ୍ୟ ରଖାଯିବ। କୁକୁରଙ୍କ କାନରେ ଟ୍ୟାଗ୍‌ ଲଗାଇବା ବ୍ୟବସ୍ଥା କରିବ ବିଏମ୍‌ସି । ରାଜଧାନୀରେ ପ୍ରାୟ ୮୦ ହଜାର କୁକୁର ଥିବା ଅନୁମାନ। DOG ବାଇ ଲ ହେବା ନା ନାହିଁ ନିଷ୍ପତି ସରକାରଙ୍କ ପାଖରେ ରହିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top