ମୁମ୍ଵାଇ ୦୨।୦୩; ଲୋକପ୍ରିୟ ଗୀତିକାର ଓ ଚିତ୍ରନାଟ୍ୟ ଲେଖକ ଜାଭେଦ ଅଖତର। ଏବେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆମେରିକା- ଇସ୍ରାଏଲ ଦ୍ବାରା ଇରାନ ଉପରେ କରାଯାଇଥିବା ସାମରିକ ଆକ୍ରମଣକୁ କଡ଼ା ସମାଲୋଚନା କରିଛନ୍ତି । ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲାହ ଅଲି ଖାମେନିଙ୍କ ମୃତ୍ୟୁ ହୋଇଥିଲା । ରବିବାର ଜାଭେଦ ଅଖତର ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି ଯେ, ଏଥର ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ସୀମା ଲଙ୍ଘନ କରିଛନ୍ତି।
ଜାଭେଦ ଅଖତାର କ’ଣ କହିଛନ୍ତି?
ଜାଭେଦ ଅଖତାର ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ତାଙ୍କ ଟ୍ୱିଟରେ ଜାଭେଦ ଲେଖିଛନ୍ତି, “ମୁଁ ଭାବୁଛି ଟ୍ରମ୍ପ ଏବଂ ଇସ୍ରାଏଲ ଏଥର ସୀମା ପାର କରିଛନ୍ତି। ଯଦି ଏହି ଦୁଃସାହସକୁ ଅଣଦେଖା ଜାରି ରଖାଯାଏ ଏବଂ ଇରାନକୁ ୨୦୦୩ ଇରାକ ଆକ୍ରମଣ ପରି ବ୍ୟବହାର କରାଯାଏ, ତେବେ ଚୀନ୍ ବିଶ୍ୱବ୍ୟାପୀ ସମସ୍ତ ବିଶ୍ୱସନୀୟତା ହରାଇବ।
I think this time trump and Israel have over played there hand because if they are allowed to get away with this audacity and do an Iraq to Iran China will lose her total credibility in the world . Netanyahu and Trump like all the bullies have pushed others to the wall and…
— Javed Akhtar (@Javedakhtarjadu) March 1, 2026
ସେ ଆହୁରି କହିଛନ୍ତି ଯେ, ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଟ୍ରମ୍ପ୍, ସମସ୍ତ ଗୁଣ୍ଡାଙ୍କ ପରି, ଅନ୍ୟମାନଙ୍କୁ କୋଣଠେସା କରି ଦେଇଛନ୍ତି, ଫଳରେ ସେମାନଙ୍କ ପାଖରେ ନିର୍ଣ୍ଣାୟକ ପ୍ରତିକ୍ରିୟା ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଜଣେ ୟୁଜର୍ସ ଚୀନକୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇ ମନ୍ତବ୍ୟ ଦେଇଥିଲେ, ଯାହାର ଉତ୍ତରରେ ଜାଭେଦ ଅଖତର କହିଥିଲେ ଯେ ତାଙ୍କୁ କିମ୍ବା ଆମକୁ ଚୀନକୁ ପରାମର୍ଶ ଦେବାର ଆବଶ୍ୟକତା ନାହିଁ। ଏହା କେବଳ ସେମାନଙ୍କର ଅନୁମାନ ଏବଂ ଆମକୁ ପରବର୍ତ୍ତି ସମୟରେ କ’ଣ ହେଉଛି ତାହା ଦେଖିବାକୁ ପଡିବ। ଜଣେ ୟୁଜର୍ସ ଜାଭେଦ ପୋଷ୍ଟରେ ଲେଖିଛନ୍ତି, “ସାହେବ, ଚୀନ୍ ସହିତ କଥା ହୁଅନ୍ତୁ ଏବଂ ସେମାନଙ୍କୁ ତୁରନ୍ତ କିଛି କରିବାକୁ କୁହନ୍ତୁ।” ଏହାର ଉତ୍ତରରେ, ଗୀତିକାର ଉତ୍ତର ଦେଇଛନ୍ତି, “ଆପଣ ଏବଂ ମୋତେ ସେମାନଙ୍କୁ କିଛି କହିବାର ଆବଶ୍ୟକତା ନାହିଁ। ଏହା ମୋର ଅନୁମାନ।
ଅଧିକ ପଢନ୍ତୁ- ତେଲେଙ୍ଗାନା ସିଏମ୍ ରେବନ୍ତ ରେଡିଙ୍କୁ ଭେଟିଲି ରଶ୍ମିକା, ରିସେପସନ୍ ପାଇଁ ପୁରା ପରିବାରକୁ କଲେ ନିମନ୍ତ୍ରଣ




