ଖାଦ୍ୟ ଓ ପାନୀୟ ଜଳ ପାଇଁ ଗାଁମୁହାଁ ଚାରି ଟିକିଆ ହାତୀ ପଲ, ଚାଷୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ଅଭିଯୋଗ
Published By: Ruby – Prameya-News7 Bureau | October 31, 2025 03:30 PM
NEWS7
ଦିଗପହଣ୍ଡି ୩୧।୧୦: ଜନବସତି ମୁହାଁ ଜଙ୍ଗଲୀ ହାତୀ ପଲ । ଖାଦ୍ୟ ଓ ପାନୀୟ ଜଳ ପାଇଁ ଗାଁ ମୁହାଁ ହେଉଛନ୍ତି ହାତୀ ପଲ । ଚାଷୀଙ୍କ ଜମିରେ ପଶି ନଷ୍ଟ କରୁଛନ୍ତି ଫସଲ । ଚାଷୀଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ବିଫଳ ବୋଲି ଅଭିଯୋଗ ହୋଇଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ପାଟପୁର ସେକ୍ସନ ହରିଣା, ସୁନାଖଣ୍ଡି, ଆଦିଗନ୍ଦପୁର ଗାଁ ଚାଷ ଜମିରେ ହାତୀ ପଲ ଉପଦ୍ରବ କରିଛନ୍ତି । ଚାରି ଟିକିଆ ହାତୀ ପଲ ଉପଦ୍ରବ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚାଷୀକୂଳ ଚିନ୍ତାରେ ଥିବାବେଳେ ଏକର ଏକର ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରୁଛନ୍ତି ।
ସେପଟେ ବନ ବିଭାଗ ଚାଷୀଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ଚାରି ଟିକିଆ ହାତୀ ପଲରେ ଗୋଟିଏ ଦନ୍ତା ଏବଂ ତିନୋଟି ମାଈ ହାତୀ ରହିଥିବା ଦେଖିବାକୁ ମିଳିଛି ।




