ଖାକି ଡ୍ରେସରେ ମଦ୍ୟପାନ କରି ଗାଳିଗୁଜଜ ପଡ଼ିଲା ମହଙ୍ଗା, ASI ଓ କନଷ୍ଟେବଲ ସସ୍‌ପେଣ୍ଡ

ଖାକି-ଡ୍ରେସରେ-ମଦ୍ୟପାନ-କରି-ଗାଳିଗୁଜଜ-ପଡ଼ିଲା-ମହଙ୍ଗା,-asi-ଓ-କନଷ୍ଟେବଲ-ସସ୍‌ପେଣ୍ଡ

Published By: Deepak – Prameya-News7 Bureau | October 21, 2025 09:03 PM

NEWS7

Nayagad

ନୟାଗଡ଼: ଖାକି ଡ୍ରେସରେ ମଦ୍ୟପାନ କରି ସର୍ବସାଧାରଣରେ ଗାଳିଗୁଲଜ କରିବା ପଡିଲା ମହଙ୍ଗା  । ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗ ଏସପି ଏସ୍ ସୁଶ୍ରୀ । ସଦର ଥାନାର ଏଏସଆଇ ପ୍ରବାସ ସବର ଏବଂ କନେଷ୍ଟବଳ  ପ୍ରସନ୍ନ ପ୍ରଧାନ ନିମ୍ବିତ ହୋଇଛନ୍ତି

ଏହି ଦୁଇ ପୋଲିସ କର୍ମଚାରୀ ଗତ ବୁଧବାର ଦିନ ସଦରଥାନା ନିକଟ ଏକ ଦୋକାନ ଆଗରେ ନିଶା ସେବନ କରି ରାସ୍ତାରେ ଯାଉଥିବା ଲୋକଙ୍କୁ ଗାଳିଗୁଲଜ କରିଥିଲେ । ଏପରିକି ଅତ୍ୟଧିକ ନିଶାରେ ଜଣେ ଗାଡି ଉପରେ ଶୋଇପଡିଥିବାବେଳେ ଅନ୍ୟ ଜଣେ ଦୋକାନ ବେଞ୍ଚରେ ଶୋଇପଡିଥିଲେ । ଉଭୟଙ୍କ ଫଟୋ ଭାଇରାଲ୍ ହେବା ପରେ ଏସପି ଘଟଣାର ତଦନ୍ତ କରି ନିଲମ୍ବନ କରିଥିବା ଜଣାପଡିଛି । ଉଭୟ କର୍ମଚାରୀ ଆଗରୁ ବହୁବାର ନିଶାରେ ରହୁଥିବା ଅଭିଯୋଗ ହୋଇଆସୁଥିଲା ।

Scroll to Top