ଖନ୍ତାପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା, ଗାଡ଼ିରେ ଥିଲେ ୩୦ରୁ ଅଧିକ ଯାତ୍ରୀ

ଖନ୍ତାପଡ଼ା-ନିକଟରେ-ଭୟଙ୍କର-ଦୁର୍ଘଟଣା,-ଗାଡ଼ିରେ-ଥିଲେ-୩୦ରୁ-ଅଧିକ-ଯାତ୍ରୀ

ଖନ୍ତାପଡ଼ା ନିକଟରେ ଭୟଙ୍କର ଦୁର୍ଘଟଣା, ଗାଡ଼ିରେ ଥିଲେ ୩୦ରୁ ଅଧିକ ଯାତ୍ରୀ

ବାଲେଶ୍ୱର ଜିଲ୍ଲା ୧୬ନମ୍ୱର ଜାତୀୟ ରାଜପଥ ଖନ୍ତାପଡ଼ା ବଜାର ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି ।

Published By: Kirti – Prameya-News7 Bureau | March 08, 2026 03:08 PM

NEWS7

bus

ସୋର ୦୮।୦୩ : ବାଲେଶ୍ୱର ଜିଲ୍ଲା ୧୬ନମ୍ୱର ଜାତୀୟ ରାଜପଥ ଖନ୍ତାପଡ଼ା ବଜାର ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସକୁ ଅନ୍ୟ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେଇଛି । ଫଳରେ ଦୁଇଟି ବସ୍ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ମେଡିକାଲ କଲେଜକୁ ପଠାଯାଇଛି।

ଖବର ଅନୁଯାୟୀ, ରବିବାର ଦିନ ୧୧ଟା ୪୫ ମିନିଟ୍ ସମୟରେ କୁପାରୀରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଆଶୀର୍ବାଦ ଯାତ୍ରୀବାହି ବସ୍ ଖନ୍ତାପଡ଼ାରେ ଛିଡ଼ା କରି ପାସେଞ୍ଜର ଓହ୍ଲାଇଥିଲେ। ଏହି ସମୟରେ ପୁରୀରୁ ରାଞ୍ଚି ଯାଉଥିବା ପାନୀକୋଚ ଯାତ୍ରୀବାହୀ ବସ୍ ପଛପଟୁ ଧକ୍କାଦେବାରୁ ଉଭୟ ବସ୍ରେ ଥିବା ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଖନ୍ତାପଡ଼ା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆମ୍ବୁଲାନ୍ସ ଦ୍ୱାରା ଗୁରୁତରଙ୍କୁ ପ୍ରଥମେ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ସମସ୍ତ ଆହତଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତର ଟିମ୍ଙ୍କ ପରାମର୍ଶରେ ବାଲେଶ୍ୱର ମେଡିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି । ଘଟଣାସ୍ଥଳରେ ବାଲେଶ୍ୱର ଅଗ୍ନିଶମ ବାହିନୀ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Scroll to Top