ଖଣ୍ଡଗିରି ମେଳାର ଶୋଭା ବଢାଇଛନ୍ତି ସ୍ୱାମୀ ଆନନ୍ଦରାଜ, ଇନ୍ଦ୍ରିୟକୁ ବଶିକରଣ କରିବାର ଦେଉଛନ୍ତି ବାର୍ତ୍ତା

ଖଣ୍ଡଗିରି-ମେଳାର-ଶୋଭା-ବଢାଇଛନ୍ତି-ସ୍ୱାମୀ-ଆନନ୍ଦରାଜ,-ଇନ୍ଦ୍ରିୟକୁ-ବଶିକରଣ-କରିବାର-ଦେଉଛନ୍ତି-ବାର୍ତ୍ତା

ଖଣ୍ଡଗିରି ମେଳାର ଶୋଭା ବଢାଇଛନ୍ତି ସ୍ୱାମୀ ଆନନ୍ଦରାଜ, ଇନ୍ଦ୍ରିୟକୁ ବଶିକରଣ କରିବାର ଦେଉଛନ୍ତି ବାର୍ତ୍ତା

Published By: Sangita – Prameya-News7 Bureau | January 26, 2026 07:29 PM

NEWS7

Khandagiri Mela

ଭୁବନେଶ୍ୱର: ଆରମ୍ଭ ହେଲା ଖଣ୍ଡଗିରି ମେଳା। ଏହି ଅବସରରେ ମେଳାର ଶୋଭା ବଢେଇଛନ୍ତି। ହୋମ,ତପ-ଜପ, ମନ୍ତ୍ରଧ୍ୱନୀରେ କମ୍ପି ଉଠୁଛି ପୂରା ପରିବେଶ। ଚଳିତ ମେଳାରେ ଲଙ୍ଗୁଡ଼ୁ ବାବା, ଷ୍ଟାଡିଂ ବାବା ଓ ଡକ୍ଟର ବାବାଙ୍କ ବ୍ୟତୀତ ସ୍ୱାମୀ ଆନନ୍ଦରାଜାଙ୍କୁ ଦେଖିବାକୁ ମିଳିଛି। ସ୍ୱାମୀ ଆନନ୍ଦରାଜଙ୍କ ଖାସ୍ କଥା ହେଉଛି ସେ ଇନ୍ଦ୍ରିୟ ଦମନ କରି କୁଣ୍ଡଳିନୀ ଜାଗ୍ରତ କରିବା ପାଇଁ ସମ୍ଭାବି ମୁଦ୍ରାରେ ବସିଛନ୍ତି। ।ଚିନ୍ତା ଶୂନ୍ୟ ଓ ନିଃଶ୍ୱାସ ପ୍ରଶ୍ୱାସ ବିହୀନ ହୋଇ ଇନ୍ଦ୍ରିୟକୁ ବଶିକରଣ କିପରି କରିବା ସେ ନେଇ ଦେଉଛନ୍ତି ବାର୍ତ୍ତା।

ଲୋକପ୍ରିୟ ହେବା ତାଙ୍କ ନିଶା ନୁହେଁ। ନିଜ ଜୀବାତ୍ମାକୁ ଜାଗ୍ରତ ପାଇଁ ନିଜେ ପ୍ରୟାସ କରୁଛନ୍ତି ଓ କରାଉଛନ୍ତି। ବୟସ ୬୦, ଗୃହସ୍ଥ ଜୀବନ ଯାପନ ବି କରନ୍ତି। କିନ୍ତୁ ସଂସାରର ମାୟା ମୋହ ତାଙ୍କୁ ଛୁଇଁ ପାରୁ ନଥିବା କହିଛନ୍ତି ସ୍ବାମୀ ଆନନ୍ଦରାଜା। ସେ ନ୍ୟୁଜ ସେଭେନ କ୍ୟାମେରା ସାମ୍ନାରେ ସମ୍ଭାବୀ ମୁଦ୍ରା କରି ଦେଖାଇଛନ୍ତି। ୭ଚକ୍ର ଭିତରୁ ମୂଳାଧାର ଚକ୍ର ଜାଗ୍ରତ କରିଥିବା କୁହନ୍ତି ସ୍ବାମୀ ଆନନ୍ଦରାଜା। ଏହାସହ ଶ୍ରୀକୃଷ୍ଣଙ୍କ ବାଣୀ ପ୍ରଚାର ପ୍ରସାର ବି କରୁଛନ୍ତି।

Scroll to Top