ଖଣି ଅଞ୍ଚଳ ମୁହାଁ ଗଜରାଜ, ସିସିଟିଭିରେ ଭିଡିଓ ରେକର୍ଡ, ସ୍ଥାନୀୟ ଲୋକେ ଆତଙ୍କିତ

ଖଣି-ଅଞ୍ଚଳ-ମୁହାଁ-ଗଜରାଜ,-ସିସିଟିଭିରେ-ଭିଡିଓ-ରେକର୍ଡ,-ସ୍ଥାନୀୟ-ଲୋକେ-ଆତଙ୍କିତ

ବଡ଼ବିଲ,୦୩/୦୪: ଖଣିରେ ପଶିଲେ ୨୬ ଟିକିଆ ହାତୀପଲ। ଏହି ହାତୀ ପଲ ଚମ୍ପୁଆ ରେଞ୍ଜ ଅଞ୍ଚଳରେ ରହି ବେଶ୍ କିଛି ମାସ ଉତ୍ପାତ କରୁଥିଲେ। କିନ୍ତୁ ଗତ ମାର୍ଚ୍ଚ ୯ ତାରିଖରେ ସୀମାନ୍ତ ଝାଡ଼ଖଣ୍ଡକୁ ଚାଲିଯାଇଥିଲେ। ତେବେ କିଛି ଦିନର ବ୍ୟବଧାନ ପରେ ଏମାନେ ପୁଣି ଓଡ଼ିଶାକୁ ଫେରିଛନ୍ତି।

ଠାକୁରାଣୀ ସଂରକ୍ଷିତ ଜଙ୍ଗଲ ଦେଇ ବଡ଼ବିଲ ରେଞ୍ଜ ଅଞ୍ଚଳକୁ ପ୍ରବେଶ କରିଛନ୍ତି ଏହି ୨୬ ଟିକିଆ ହାତୀ ପଲ। ଗତ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ, ବିଲେଇ ପଦା ସେକ୍ସନ ଅନ୍ତର୍ଗତ କାଟାମାଟି ଲୌହ ଖଣି ପରିସରରେ ଏହି ୨୬ ଟିକିଆ ହାତୀ ପଲଙ୍କୁ ଦେଖିବାକୁ ମିଳିଥିଲା।

also read- ବଦଳୁଛି ପାଣିପାଗ, ଡରାଇଲାଣି ଖରା ! ଏଥର ନୁହେଁ, ଏଣିକି ପ୍ରତି ବର୍ଷ ଏପ୍ରିଲ୍ ୨ରୁ ସକାଳୁଆ ସ୍କୁଲ

ହାତୀ ପଲରେ ୧୨ଟି ମାଈ, ୬ ଟି ଦନ୍ତା ଓ ୮ଟି ଛୁଆ ହାତୀ ରହିଛନ୍ତି। ଏହି ହାତୀ ପଲ ଖଣି ପରିସରରେ ପଶି ପ୍ରାୟ ଦେଢ଼ ଘଣ୍ଟା ଧରି ରହିବା ପରେ ଖଣିର ମୁଖ୍ୟ ଫାଟକ ନିକଟ ଦେଇ ଚାଲିଯାଇଥିଲେ । ତେବେ ଏହି ସମୟରେ ହାତୀଙ୍କୁ ଦେଖିବା ପାଇଁ ଖଣି ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସୁକତା ଦେଖାଯାଇଥିଲା।

ସେମାନେ ନିଜର ମୋବାଇଲ କ୍ୟାମେରାରେ ହାତୀଙ୍କର ଭିଡିଓ କରିଥିଲେ । ବନ କର୍ମଚାରୀ ହାତୀଙ୍କ ଉପରେ ନଜର ରଖିଥିବାବେଳେ ଏବେ ଏହି ହାତୀପଲ ଖଣି ନିକଟବର୍ତ୍ତୀ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଛନ୍ତି । ମୁର୍ଗାବେଡ଼ା ଓ ନିକଟବର୍ତ୍ତୀ ଅଞ୍ଚଳର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

Scroll to Top