କ୍ରୋମ୍ ଜୋନ୍ ଖଣି କାର୍ଯ୍ୟ ପରିଦର୍ଶନ କଲେ ଓଏମସି ଏମଡି ସୁଧାଂଶ ସାମଲ, ଖଣିଜର ଗୁଣବତ୍ତା ବଜାୟ ରଖିବା ଉପରେ କଲେ ଗୁରୁତ୍ବାରୋପ

କ୍ରୋମ୍-ଜୋନ୍-ଖଣି-କାର୍ଯ୍ୟ-ପରିଦର୍ଶନ-କଲେ-ଓଏମସି-ଏମଡି-ସୁଧାଂଶ-ସାମଲ,-ଖଣିଜର-ଗୁଣବତ୍ତା-ବଜାୟ-ରଖିବା-ଉପରେ-କଲେ-ଗୁରୁତ୍ବାରୋପ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ଲିମିଟେଡ୍ (ଓଏମସି)ର ପରିଚାଳନା ନିର୍ଦ୍ଦେଶକ ଆଇଏଏସ ସୁଧାଂଶୁ ମୋହନ ସାମଲ, ଯାଜପୁର ଏବଂ କେନ୍ଦୁଝର ଜିଲ୍ଲାରେ ନିଗମର କ୍ରୋମ୍ ଜୋନ୍ କାର୍ଯ୍ୟ ପରିଦର୍ଶନ କରିବା ସହ ବ୍ୟାପକ କରିଛନ୍ତି। 

ପରିଦର୍ଶନ ସମୟରେ ସେ, ଦକ୍ଷିଣ କାଳିଆପାଣି ଖଣିର ପ୍ରମୁଖ କାର୍ଯ୍ୟକ୍ଷମ ସ୍ଥାନଗୁଡ଼ିକ ଯଥା ଇଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ETP), କ୍ୱାରି ଡି ଏବଂ କ୍ୱାରି ଏଫ୍, ଷ୍ଟକୟାର୍ଡ, କ୍ରୋମ୍ ଓର୍ ବେନିଫିସିଏସନ୍ ପ୍ଲାଣ୍ଟ (COBP) ଏବଂ କାରଖାନର ବର୍ଜ୍ୟବସ୍ତୁ ସଂଗ୍ରହକ ଭାବେ ବ୍ୟବହୃତ ଟେଲିଙ୍ଗ୍ ପଣ୍ଡ୍‌, ସୁକ୍ରାଙ୍ଗି ଏବଂ କାଳିଆପାଣି ଖଣି ପରିସର ପରିଦର୍ଶନ କରିଥିଲେ।

ଏଥିସହିତ ବିକ୍ରୟ ଏବଂ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ବାରୋପ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଓମସିରୁ ଉତ୍ପାଦ ହେଉଥିବା ଖଣିଜ ପଦାର୍ଥ ଗୁଡ଼ିକ କିଭଳି ନିଜର ସଠିକ ଗୁଣବତ୍ତାକୁ ବଜାୟ ରଖିବ ତାହା ଉପରେ ଗୁରୁତ୍ବାରୋପ କରିଥିଲେ। ଏଥିସହ ବିକ୍ରୟ ବ୍ୟବସ୍ଥାକୁ ସୁପରିଚାଳିତ ଓ ସ୍ବଚ୍ଛ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ଉପସ୍ଥିତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।  କାର୍ଯ୍ୟାନ୍ବୟନରେ ନିଜସ୍ବ ନେତୃତ୍ବ ନେବା ଏବଂ ବ୍ୟବସାୟିକ ଲକ୍ଷ୍ୟ ହାସଲ କରିବା ପାଇଁ ମିଳିତ ଭାବରେ କାମ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଓଏମସିର ବ୍ୟବସାୟିକ କାର୍ଯ୍ୟକ୍ଷମ ଉତ୍କର୍ଷତା ସୁନିଶ୍ଚିତ କରିବା ପାଇଁ ସମସ୍ତ ବୈଧାନିକ ଅନୁପାଳନ ଓ ଆଇନଗତ କାର୍ଯ୍ୟକୁ ଗୁରତର ସହ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। 

ପରେ ସେ ଓଏମସିର ଫେରୋ-କ୍ରୋମ୍ ପ୍ଲାଣ୍ଟରେ କାର୍ଯ୍ୟ ସମୀକ୍ଷା କରିଥିଲେ ଏବଂ ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ସଠିକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ସୌରଶକ୍ତି ଭଳି ନବୀକରଣୀୟ ଶକ୍ତିକୁ ବହୁଳ ଭାବେ ବ୍ୟବହାର କରିବା ସହ ସ୍ଥାନୀୟ ଖଣି ଅଞ୍ଚଳର ପରିବେଶଗତ ସନ୍ତୁଳନକୁ ସୁଦୃଢ଼ କରିବା ପାଇଁ ବୃକ୍ଷରୋପଣ ଅଭିଯାନ ଉପରେ ଗୁରୁତ୍ୱାରୋପ କରିଥିଲେ। 

ପରିଚାଳନା ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ, ନିର୍ଦ୍ଦେଶକ (ଅପରେସନ) ସବ୍ୟସାଚୀ ମହାନ୍ତି, ନିର୍ଦ୍ଦେଶକ ଦ୍ୱିତୀୟ (ମାନବସମ୍ପଦ) ଆଲୋକ କୁମାର ପାଲ ଏବଂ ନିର୍ଦ୍ଦେଶକ (ଅର୍ଥ) ବନ ବିହାରୀ ପାଣି – ଜେକେ ରୋଡ୍ ଖଣି କ୍ଷେତ୍ରର ବିଭାଗୀୟ ମୁଖ୍ୟ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।

ଭାରତର ସର୍ବବୃହତ ଖଣି କମ୍ପାନୀ ମଧ୍ୟରୁ ଗୋଟିଏ, OMCର ବର୍ତ୍ତମାନ ଓଡ଼ିଶାରେ ୧୯ଟି ଖଣି କାର୍ଯ୍ୟ କରୁଛି। OMC ଦ୍ୱାରା ଉତ୍ତୋଳନ କରାଯାଇଥିବା ପ୍ରମୁଖ ଖଣିଜ ପଦାର୍ଥ ହେଉଛି କ୍ରୋମ୍, ଲୁହା ଏବଂ ବକ୍ସାଇଟ୍ ଖଣିଜ ଯାହା ଖଣିଜ ଆଧାରିତ ଶିଳ୍ପ ଯେପରିକି ଇସ୍ପାତ, ସ୍ପଞ୍ଜ ଲୁହା, ପିଗ୍ ଲୁହା, ଆଲୁମିନିୟମ, ଫେରୋ-ମାଙ୍ଗାନିଜ୍, ଫେରୋ-କ୍ରୋମ୍ ଇତ୍ୟାଦିର ଆବଶ୍ୟକତା ପୂରଣ କରେ।

Scroll to Top