କୋର୍ଟରେ ମାମଲା ଚାଲିଛି, କେମିତି ବାହା ହେଲେ ଦୀନେଶ ? ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଲେ ଦୀପିକା

କୋର୍ଟରେ-ମାମଲା-ଚାଲିଛି,-କେମିତି-ବାହା-ହେଲେ-ଦୀନେଶ-?-ଏସ୍‌ପିଙ୍କୁ-ଭେଟି-ନ୍ୟାୟ-ମାଗିଲେ-ଦୀପିକା

କୋର୍ଟରେ ମାମଲା ଚାଲିଛି, କେମିତି ବାହା ହେଲେ ଦୀନେଶ ? ଏସ୍‌ପିଙ୍କୁ ଭେଟି ନ୍ୟାୟ ମାଗିଲେ ଦୀପିକା

Published By : Prameya-News7 Bureau | August 11, 2025 IST

ବ୍ରହ୍ମପୁର: ଦୀପିକାଙ୍କୁ ନେଇ ପୁଣି ଚର୍ଚ୍ଚା। ସୋମବାର ବ୍ରହ୍ମପୁର ଏସପିଙ୍କ ନିକଟରେ ନୂଆ ଅଭିଯୋଗ କରିଛନ୍ତି ଦୀପିକା। ସେ ଅଭିଯୋଗ କରିଛନ୍ତି ଦିନେଶ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଛନ୍ତି। ବର୍ତ୍ତମାନ ଦୀପିକା- ଦିନେଶ ମାମଲା କୋର୍ଟରେ ବିଚାରାଧୀନ ଥିବାବେଳେ ଦିନେଶ କେମିତି ବିବାହ କଲେ ? ଏହା ଏହି ପ୍ରଶ୍ନ ଉଠାଇବା ସହ ଦିନେଶ ବର୍ତ୍ତମାନ ଯେଉଁ ମହିଳାଙ୍କୁ ବିବାହ କରିଛନ୍ତି ତାଙ୍କୁ ଏବଂ ତାଙ୍କ ପରିବାରକୁ ଗିରଫ କରିବା ପାଇଁ ଏସପିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି ଦୀପିକା।

ସୂଚନାଥାଉକି, କେ.ଦୀପିକା ପୂର୍ବରୁ ଦିନେଶଙ୍କ ନାଁରେ ପ୍ରେମ ଓ ପ୍ରତାରଣ ଅଭିଯୋଗ ଆଣିଥିଲେ। ଏମିତିକି ଦୀପିକା ଦିନେଶଙ୍କ ସ୍ତ୍ରୀର ମାନ୍ୟତା ଓ ଛୁଆକୁ ବାପାର ପରିଚୟ ଦେବାକୁ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଥିଲେ। ଏହି ମାମଲାରେ ସେତେବେଳେ ଖୁବ୍ ଚର୍ଚ୍ଚା ହୋଇଥିବାବେଳେ, ଦୁଷ୍କର୍ମ ଘଟଣାରେ ଗିରଫ ହୋଇ ଜେଲଯାଇଥିବା ବେଳେ ଜାମିନରେ ଆସିଛନ୍ତି।

କୋର୍ଟରେ ଦୁଷ୍କର୍ମ ମାମଲାକୁ ଉଠାଇଦିଆଯାଇଥିବାବେଳେ ପୁଲିସ ପୁଣି ଥରେ ମାମଲାରେ ଦୁଷ୍କର୍ମକୁ ଯୋଡ଼ିବା ପାଇଁ କୋର୍ଟକୁ ନିବେଦନ କରିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top