କେନାଲରେ ଗାଧୋଇବା ବେଳେ ଅଘଟଣ : ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ ନିଖୋଜ

କେନାଲରେ-ଗାଧୋଇବା-ବେଳେ-ଅଘଟଣ-:-ପାଣିରେ-ବୁଡ଼ି-ନବମ-ଶ୍ରେଣୀ-ଛାତ୍ରୀ-ନିଖୋଜ

କେନାଲରେ ଗାଧୋଇବା ବେଳେ ଅଘଟଣ : ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ ନିଖୋଜ

Published By : Prameya-News7 Bureau | August 13, 2025 IST

ସାଲେପୁର ୧୩।୮: କେନାଲରେ ଗାଧୋଇବା ବେଳେ ଅଘଟଣ । ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ  ନିଖୋଜ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଲକ୍ ପଟ୍ଟାମୁଣ୍ଡାଇ କେନାଲ ନରଦା ଗ୍ରାମ ନିକଟରେ । 

ସୂଚନାଯୋଗ୍ୟ ଯେ, ଗାଧୋଇବା ବେଳେ କେନାଲ ପାଣିରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ ନିଖୋଜ ହୋଇଛନ୍ତି । ନିଖୋଜ ଛାତ୍ରୀ ଜଣକ ସ୍ଥାନୀୟ ଗାଁର ପ୍ରହଲ୍ଲାଦ ସ୍ୱାଇଁଙ୍କ ଝିଅ ବୋଲି ଜଣାପଡିଛି । ଛାତ୍ରୀ ଜଣଙ୍କ କେନାଲରେ ଗାଧାଉଥିବା ବେଳେ ସୁଚିତ୍ରାଙ୍କ ଗୋଡ଼ ଖସିଯାଇଥିଲା । କେନାଲରେ ପାଣି ଭର୍ତ୍ତି ଥିବାରୁ ସେ ବୁଡ଼ିବା ପରେ ନିଖୋଜ ହୋଇଯାଇଛନ୍ତି । ନାବାଳିକା ଜଣଙ୍କୁ ବୁଡ଼ିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରୁଛନ୍ତି । ଓଡ୍ରାଫ୍ ଟିମ୍ ଓ ପୋଲିସ ମଧ୍ୟ ଛାତ୍ରୀଙ୍କୁ ଖୋଜାଖୋଜି ଜାରି ରଖିଥିବା ବେଳେ ଛାତ୍ରୀଙ୍କ ପତ୍ତା ମିଳିପାରି ନାହିଁ ।

You Can Read:

ଅପହୃତା ଓ ଅପହରଣକାରୀକୁ ଖୋଜି ପାରିଲାନି ପୋଲିସ, ତଦନ୍ତକାରୀ ଅଧିକାରୀ ନିଲମ୍ବିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top