Published By: Ajit – Prameya-News7 Bureau | October 11, 2025 07:48 PM
NEWS7
ଅଠଗଡ଼: ପେସାଦାର ଅପରାଧୀ ଅନିଲ ଖାଁ ଗିରଫ । ବଡ଼ମ୍ବା ଥାନା ସାନବାରସିଂହ ପଞ୍ଚାୟତ କୋଟପଲା ଗ୍ରାମର କୁଖାତ ପେସାଦାର ଅପରାଧୀ ଅନିଲ ଖାଁକୁ ପୁଲିସ ଗିରଫ କରିଛି । ସେ ବିଭିନ୍ନ ସମୟରେ ରାସ୍ତାଘାଟରେ ବଡ଼ ବ୍ୟବସାୟୀଙ୍କୁ ମାରଣାସ୍ତ୍ର ଦେଖାଇ ଦାଦାବଟି ଆଦାୟ କରିଥାଏ । ତା’ ନାଁରେ ବଡ଼ମ୍ବା ଥାନାରେ ପୂର୍ବରୁ ୩ଟି ମାମଲା ଥିବା ବେଳେ ଗତକାଲି ରାତିରେ ବଡ଼ମ୍ବା ଟାଉନ ବାହାରେ ଥିବା ଏକ ମଦ ବାର୍ ଭିତରେ ପଶି ଉନ୍ମତ୍ତକାଣ୍ଡ ଘଟାଇଥିଲା । ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଦାଦାବଟି ମାଗୁଥିବା ଖବର ପାଇ ବଡ଼ମ୍ବା ପୋଲିସ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତାକୁ ମାଡ଼ି ବସିଥିଲା । ଅନିଲ୍ ନିକଟରୁ ଏକ ଧାରୁଆ କଟୁରୀ ଜବତ ହୋଇଥିବା ବେଳେ ଏ ଦିଗରେ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ଆଠଗଡ଼ ଏସଡିପିଓ ବିଶ୍ୱଜିତ୍ ମହାନ୍ତି।




