କୁକୁର ଭୟରେ ଗାଁରେ ବନ୍ଦ ହେଲା ପରେଡ, କେବଳ ପତାକା ଉତ୍ତୋଳନ କରି ପାଳିଲେ ସ୍ବାଧୀନତା ଦିବସ

କୁକୁର-ଭୟରେ-ଗାଁରେ-ବନ୍ଦ-ହେଲା-ପରେଡ,-କେବଳ-ପତାକା-ଉତ୍ତୋଳନ-କରି-ପାଳିଲେ-ସ୍ବାଧୀନତା-ଦିବସ

କୁକୁର ଭୟରେ ଗାଁରେ ବନ୍ଦ ହେଲା ପରେଡ, କେବଳ ପତାକା ଉତ୍ତୋଳନ କରି ପାଳିଲେ ସ୍ବାଧୀନତା ଦିବସ

Published By : Prameya-News7 Bureau | August 15, 2025 IST

ବଲାଙ୍ଗିର ୧୫।୮: ବେଶ ଆଡମ୍ବରରେ ପାଳନ ହେଉଥିଲା ସ୍ୱାଧୀନତା ଦିବସ ପାଳନ । ହେଲେ କୁକୁର ଭୟରେ ସବୁ ବନ୍ଦ ହୋଇଗଲା ।ଗାଁରେ କୁକୁର ଭୟରେ ବନ୍ଦ ହେଲା ପରେଡ । କେବଳ ଜାତୀୟ ପତାକା ଉତ୍ତୋଳନ କରି ସ୍ୱାଧୀନତା ଦିବସ ପାଳିଲେ ଗ୍ରାମବାସୀ । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଚିଂଚେଡ଼ ଗାଁ ରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁରେ କୁକୁର କାମୁଡ଼ାରେ ଯାଇଥିଲା ଦୁଇ ଜଣଙ୍କ ଜୀବନ ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଏହି ଗାଁରେ ପଞ୍ଚାୟତର ୨ ଶହରୁ ଅଧିକ ଛାତ୍ରଛାତ୍ରୀ ସ୍ୱାଧୀନତା ଦିବସ ବେଶ ଧୁମଧାମରେ ପାଳନ କରିଥାନ୍ତି । ଏହାସହ ପରେଡ କରି ଗାଁରେ ରାଲି କରନ୍ତି । କିନ୍ତୁ ଆଜି ସେଭଳି କିଛି ଦେଖିବାକୁ ମିଳିଲା ନାହିଁ । କାରଣ ଗତ ୧୦ ତାରିଖରେ ଗାଁରେ କୁକୁର କାମୁଡ଼ାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେବି ଗାଁରେ ରହିଛନ୍ତି ୪୦ରୁ ଅଧିକ ବୁଲା କୁକୁର । ଫଳରେ ଭୟରେ ଥିଲେ ଗ୍ରାମବାସୀ । ଏହି ଗାଁର ଜଣେ ଅନ୍ତର୍ଜାତୀୟ ଖେଳାଳିଙ୍କର ମଧ୍ୟ କୁକୁର କାମୁଡାରେ ମୃତ୍ୟୁ ହୋଇଥିଲା । ତେବେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ହେଁ କୌଣସି ସମାଧାନ ବାଟ ପ୍ରଶାସନ ବାହାର କରିନଥିବାରୁ ଗାଁ ଲୋକ ଆଜି ମଧ୍ୟ ଗୁହାରି କରିଛନ୍ତି । ଏଭଳି ଏକ ଦିନରେ ଉତ୍ସବ ପାଳନରୁ ବଞ୍ଚିତ ହେବାରୁ ଦୁଃଖ ପ୍ରକାଶ କରି ଏହାର ସମାଧାନ ବାଟ ବାହାର କରିବାକୁ ଗ୍ରାମବାସୀ ଗୁହାରି କରିଛନ୍ତି ।

You Can Read:

ଦୟା ନଦୀରେ ବୁଡ଼ିଗଲେ ଦୁଇ ଛାତ୍ର : ଜଣଙ୍କ ମୃତଦେହ ଉଦ୍ଧାର, ଏବେବି ନିଖୋଜ ଆଉ ଜଣେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top