କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ, ଖେଳୁଥିବା ବେଳେ ଉପରେ ପଡ଼ିଗଲା ପାଚେରୀ

କିଛି-ସମୟ-ପରେ-ଘରେ-ପହଞ୍ଚିଥାନ୍ତେ,-ଖେଳୁଥିବା-ବେଳେ-ଉପରେ-ପଡ଼ିଗଲା-ପାଚେରୀ

କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ, ଖେଳୁଥିବା ବେଳେ ଉପରେ ପଡ଼ିଗଲା ପାଚେରୀ

ହଠାତ୍ ଭାଙ୍ଗିପଡିଲା ସ୍କୁଲ ପାଚେରୀ l ପାଚେରୀ ତଳେ ଚାପି ହୋଇଗଲେ ୨ ଛାତ୍ରୀ । କେହି ସେମାନଙ୍କୁ ଉଦ୍ଧାର କରିପାରିନଥିଲେ ।

Published By: Ruby – Prameya-News7 Bureau | April 15, 2026 06:14 PM

NEWS7

Gajapti News

ମୋହନା ୧୫।୪: ଛୁଟି ହୋଇସାରିଥିଲା ସ୍କୁଲ । କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ । ଖେଳିବାକୁ ଟିକିଏ ଅଟକିଗଲେ ସ୍କୁଲରେ । ସାଙ୍ଗ ମାନଙ୍କ ସହ ଖୁସି ମନରେ ଖେଳୁଥିଲେ । ହଠାତ୍ ଭାଙ୍ଗିପଡିଲା ସ୍କୁଲ ପାଚେରୀ l ପାଚେରୀ ତଳେ ଚାପି ହୋଇଗଲେ ୨ ଛାତ୍ରୀ । କେହି କିଛି କରିବା ଆଗରୁ ଛଟପଟ ହୋଇ ଚାଲିଯାଇଥିଲା ଦୁହିଁଙ୍କ ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ରବୁଡିସିଂ ପ୍ରାଥମିକ ବିଦ୍ୟାଳୟରେ l ମୃତ ଛାତ୍ରୀ ୨ ଜଣ ହେଲେ ଚତୁର୍ଥ ଶ୍ରେଣୀର ଇଡନ୍ତି ରଇତ ଓ ପଞ୍ଚମ ଶ୍ରେଣୀର ବେକିଲେସ ରଇତ l

Also Read:- ନିଜ ପତ୍ନୀକୁ ବାପଘରୁ ଟଙ୍କା ଆଣିବାକୁ ବାଧ୍ୟ କରି ମାରପିଟ କରୁଥିଲା, ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡ

ବୁଧବାର ସକାଳୁଆ ସ୍କୁଲ ଥିଲା । ପିଲାଙ୍କ ପାଠପଢା ପରେ ବିଦ୍ୟାଳୟ ଛୁଟି ହୋଇସାରିଥିଲା l ଏହାପରେ ସ୍କୁଲ ପରିସରରେ ପିଲାମାନେ ଖେଳୁଥିଲେ l ଚତୁର୍ଥ ଶ୍ରେଣୀ ଏହି ଦୁଇ ଛାତ୍ରୀ ମଧ୍ୟ ସାଙ୍ଗ ପିଲାଙ୍କ ସହ ଖେଳୁଥିଲେ । ଏହି ସମୟରେ ହଠାତ୍ ସ୍କୁଲ ପାଚେରୀଟି ଭାଙ୍ଗି ସେମାନଙ୍କ ଉପରେ ପଡିଯାଇଥିଲା l ଫଳରେ ପାଚେରୀ ତଳେ ଚାପି ହୋଇ ୨ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । କେହି ସେମାନଙ୍କୁ ଉଦ୍ଧାର କରିପାରିନଥିଲେ । ଚାହୁଁ ଚାହୁଁ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଥିଲା । ରା.ଉଦୟଗିରି ପୋଲିସ ଓ ନୂଆଗଡ଼ ବ୍ଲକ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟ ଛାତ୍ରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଃଖରେ ଭାଙ୍ଗିପଡ଼ିଛନ୍ତି ପରିବାର ।

Scroll to Top