କାହା ଦଖଲକୁ ଯିବ ନୂଆପଡ଼ା ? ତ୍ରିମୁଖୀ ଲଢ଼େଇରେ କିଏ ମାରିବେ ବାଜି ?

କାହା-ଦଖଲକୁ-ଯିବ-ନୂଆପଡ଼ା-?-ତ୍ରିମୁଖୀ-ଲଢ଼େଇରେ-କିଏ-ମାରିବେ-ବାଜି-?

କାହା ଦଖଲକୁ ଯିବ ନୂଆପଡ଼ା ? ତ୍ରିମୁଖୀ ଲଢ଼େଇରେ କିଏ ମାରିବେ ବାଜି ?

Published By: Prativa – Prameya-News7 Bureau | November 14, 2025 07:46 AM

NEWS7

nuapada result

ଭୁବନେଶ୍ୱର ୧୪/୧୧: କାହା ଦଖଲକୁ ଯିବ ନୂଆପଡ଼ା ? ତ୍ରିମୁଖୀ ଲଢ଼େଇରେ କିଏ ମାରିବେ ବାଜି ? ଜୟଙ୍କ ଜୟଯାତ୍ରା ନା ନୂଆପଡ଼ା ଭୋଟରଙ୍କ ମନ ଜିଣିବେ ସ୍ନେହାଙ୍ଗିନୀ। ବିଜେଡି ହାତରୁ ନୂଆପଡ଼ା ସିଟ୍ ଛଡ଼ାଇ ଆଣିବ କି ବିଜେପି ? ନା ବିଜେପି, ବିଜେଡି ଉପରେ ଭାରି ପଡ଼ିବେ ମାଟିର ପୁଅ ଘାସିରାମ ମାଝୀ ?

ଆଜି ଆସିବ ନୂଆପଡ଼ା ଜନାଦେଶ। ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଜନତା ପାଇବେ ନୂଆ ନେତା । ନୂଆପଡ଼ା ଉପନିର୍ବାଚନର ଆଜି ଆସିବ ଫଳାଫଳ। ମୋଟ୍ ୧୪ଟି ଟେବୁଲ୍ରେ ହେବ ୨୬ ରାଉଣ୍ଡ ଗଣତି । ଆଉ କିଛି ସମୟ ପରେ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ । ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ୍ ଗଣତି ଓ ଅଧାଘଣ୍ଟା ପରେ ଇଭିଏମ୍ ଭୋଟ ଗଣତି ହେବ । ପ୍ରତ୍ୟେକ ଟେବୁଲ୍‌ରେ ଜଣେ ଗଣତି ସହକାରୀ ଅଧିକାରୀ, ଗଣତି ସୁପରଭାଇଜର ଏବଂ ପର୍ଯ୍ୟବେକ୍ଷକଙ୍କୁ ନିୟୋଜିତ କରାଯାଇଛି। ସେପଟେ ସଂପୂର୍ଣ୍ଣ ଗଣତି ପ୍ରକ୍ରିୟା ଉପରେ ନଜର ରଖିଚିନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Scroll to Top