କାଳବୈଶାଖୀ ଯୋଗୁ ଭୁଶୁଡ଼ି ପଡ଼ିଲା ହୋର୍ଡିଂ, ୨ ଜଣକ ଅକାଳ ମୃତ୍ୟୁ

କାଳବୈଶାଖୀ-ଯୋଗୁ-ଭୁଶୁଡ଼ି-ପଡ଼ିଲା-ହୋର୍ଡିଂ,-୨-ଜଣକ-ଅକାଳ-ମୃତ୍ୟୁ

କାଳବୈଶାଖୀ ଯୋଗୁ ଭୁଶୁଡ଼ି ପଡ଼ିଲା ହୋର୍ଡିଂ, ୨ ଜଣକ ଅକାଳ ମୃତ୍ୟୁ

Published By: Chikun – Prameya-News7 Bureau | February 24, 2026 11:08 PM

NEWS7

hoarding collapsed

ଭୁବନେଶ୍ବର: ରାଜଧାନୀରେ ଝଡ଼ବର୍ଷାରେ ଖସିପଡ଼ିଲା ହୋର୍ଡିଂ । ଏଥିରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ଜୀବନ ଯାଇଛି। ସେହିଭଳି ଏଥିରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କର ଚିକିତ୍ସା ଜାରି ରହିଛି।

ସୂଚନାଥାଉକି, ମଙ୍ଗଳବାର ଅପରାହ୍ଣରେ କାଳବୈଶାଖୀ ବର୍ଷା ଯୋଗୁ ଭୁବନେଶ୍ବର ଆଇଗିଣିଆ ଦୁର୍ଗାମଣ୍ଡପ ନିକଟରେ ଥିବା ଏକ ହୋର୍ଡିଂ ଖସି ପଡ଼ିଥିଲା। ଆଉ ଏହା ସେଠାରେ ଥିବା ଏକ କ୍ୟାବିନ୍ ଏବଂ କିଛି ଲୋକଙ୍କ ଉପରେ ପଡ଼ିଥିଲା। ତେବେ ଏଥିରେ ଘଟଣାସ୍ଥଳରେ ଗଞ୍ଜାମ ଜିଲ୍ଲାର ସୁରେନ୍ଦ୍ର ଗୌଡ଼ଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ଗୌଡ଼ ଡୁମଡୁମା ଅଂଚଳରେ ରହୁଥିଲେ। ସେ ଜଣେ କଲେଜ ଛାତ୍ର ହୋଇଥିବା ଜଣାପଡ଼ିଛି। ସେହିଭଳି ଅନ୍ୟ ଜଣେ ଯୁବକ ଏବଂ ଜଣେ ଯୁବତୀ ଆହତ ହୋଇଥିଲେ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ରଡ କଟର ସାହାୟତାରେ ହୋର୍ଡିଂ କାଟି ଦୁଇ ଆହତଙ୍କୁ ଉଦ୍ଧାର କରିବା ସହ ରାସ୍ତା ସଫା କରିଥିଲା। ଦୁଇ ଆହତଙ୍କୁ କ୍ୟାବିନ୍ ତଳୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଏବେ ଆଉ ଜଣକର ମୃତ୍ୟୁ ଘଟିଛି।

Scroll to Top