କାର୍ତ୍ତିକ ଶେଷ ସୋମବାରରେ ଏକ ଦୁଃଖଦ ଖବର; ପାଇଖାନା ଟାଙ୍କିରେ ପଡ଼ି ୩ଶିଶୁଙ୍କ ମୃତ୍ୟୁ
Published By: Sangita – Prameya-News7 Bureau | November 03, 2025 04:31 PM
NEWS7
ଆଠଗଡ : ପାଇଖାନା ଟାଙ୍କିରେ ପଡ଼ି ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ବଡ଼ମ୍ବା ଥାନା ରଗଡ଼ିପଡ଼ା ଗ୍ରାମରେ ଘଟିଛି ଏମିତି ଅଭାବନୀୟ ଘଟଣା। ମାମୁଁ ଘର ବଡ଼ମ୍ବା ରଗଡ଼ିପଡ଼ାକୁ ବୁଲିବାକୁ ଆସି ଏମିତି ଏକ ଅଘଟଣର ଶିକାର ହୋଇଛନ୍ତି ୩ ନୀରିହ ଶିଶୁ। ମୃତ ୩ ଜଣଙ୍କ ଭିତରେ ୧ ଜଣେ ଝିଅ, ୨ ପୁଅ ଅଛନ୍ତି । ମୃତକମାନେ ହେଲେ ଶୁଭମ ନାଏକ( ୩), ଶିବାନୀ ନାଏକ( ୫) ଓ ଅଙ୍କିତ ନାଏକ (୭)।
ଶୁଭମ, ଶିବାନୀ ଓ ଅଙ୍କିତ ନିଜ ଅଜା ଘରକୁ ବୁଲିବାକୁ ଆସିଥିଲେ। ଖେଳୁଥିବା ବେଳେ ପଡୋଶୀଙ୍କ ପାଇଖାନା ଟାଙ୍କିର ଢାଙ୍କୁଣୀ ହଠାତ ଭାଙ୍ଗି ଯିବା ଫଳରେ ୩ ଜଣ ଏହା ଭିତରେ ପଡିଯାଇଥିଲେ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରି ବଡ଼ମ୍ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ ଘୋଷଣା କରାଯିବା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି। ଏଭଳି ହୃଦୟ ବିଦାରକ ଘଟଣାକୁ ନେଇ କାନ୍ଦବୋବାଳିରେ ଫାଟିପଡୁଛି ଗାଁ। ଘଟଣସ୍ଥଳରେ ଆଠଗଡ଼ ଏସ ଡି ପି ଓ ସହିତ ବଡ଼ମ୍ବା ପୋଲିସ୍ ର ତଦନ୍ତ ଜାରି ରଖିଛନ୍ତି।।




