କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଏବଂ ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ
Published By: Ruby – Prameya-News7 Bureau | November 02, 2025 02:48 PM
NEWS7
ଭୁବନେଶ୍ବର ୨।୧୧: ରତ୍ନଭଣ୍ଡାର ଗଣତି ମଣତି ପାଇଁ ପ୍ରସ୍ତୁତ ହେଉଛି SOP । କାର୍ତ୍ତିକ ମାସ ପରେ ଧାଡି ଦର୍ଶନ ଏବଂ ଗଣତି ମଣତି ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଶ୍ରୀକ୍ଷେତ୍ରର ବିକାଶ ପାଇଁ ସମୀକ୍ଷା ହୋଇଛି । କାମ ମଧ୍ୟ ଆରମ୍ଭ ହୋଇଛି ଏବଂ ଅଟକି ଥିବା କାମ ଖୁବ୍ଶୀଘ୍ର ଆରମ୍ଭ ହେବ । ଅଟକିଥିବା କାମ ଆରମ୍ଭ ହେବ ।
ଆଗାମୀ ୧୧ ତାରିଖରେ ଶ୍ରୀମନ୍ଦିର ବିକାଶ ନେଇ ସମୀକ୍ଷା ବୈଠକ ହେବ । କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହେବ । ଶୃଙ୍ଖଳିତ ଦର୍ଶନ ହେଲେ କୌଣସି ଅସୁବିଧା ହେବ ନାହିଁ । ଭକ୍ତଙ୍କୁ ଅନୁରୋଧ ଦର୍ଶନ ସମୟରେ ତରବର ନହୋଇ ମନ୍ଦିର ପ୍ରଶାସନ ପକ୍ଷରୁ ଯାହା ବ୍ୟବସ୍ଥା ହୋଇଛି ସହଯୋଗ କରନ୍ତୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।




