କାମାକ୍ଷାନଗର କଲେଜ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ : ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ

କାମାକ୍ଷାନଗର-କଲେଜ-ଛାତ୍ରୀ-ଦୁଷ୍କର୍ମ-ଓ-ହତ୍ୟା-ଘଟଣାର-ପର୍ଦ୍ଦାଫାସ-:-ମୁଖ୍ୟ-ଅଭିଯୁକ୍ତ-ସମେତ-୪-ଗିରଫ

କାମାକ୍ଷାନଗର ୨୨।୩: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ବହୁ ଚର୍ଚ୍ଚିତ କଲେଜ ଛାତ୍ରୀଦୁଷ୍କର୍ମ ଓ ହତ୍ୟାକାଣ୍ଡଘଟଣାର ପର୍ଦ୍ଦାଫାସ ।ଏହି ଘଟଣାରେ୪ ଜଣଙ୍କୁ ପୋଲିସ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଗଙ୍ଗାଧର ପାତ୍ର ଓରଫ ଜଗା ଯିଏକି ପେଶାରେ ଜଣେ ଡ୍ରାଇଭର, ସେ ନାବାଳିକାଙ୍କ ସହ ପୂର୍ବରୁ ପରିଚିତ ଥିଲେ । ମୁଖ୍ୟ ଅଭିଯୁକ୍ତ ଜଗାକୁ ନେଇ ସିନ୍ ରିକ୍ରିଏସନ କରିଛି ପୋଲିସ ।କାମାକ୍ଷାନଗର ଏସଡିପିଓଙ୍କ ଅଫିସ ଠାରେ ଢେଙ୍କାନାଳ ଏସପି ଅଭିନବ ସୋନକର ପ୍ରେସମିଟ୍ ମାଧ୍ୟମରେ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ।

ଗତ ୧୮ ତାରିଖ ଦିନ ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ସାଆନ୍ତରାପୁର ଗାଁର ଗଙ୍ଗାଧର ପାତ୍ର ଓରଫ ଜଗା ଏକ କାର୍ ଯୋଗେ ନାବାଳିକା ଛାତ୍ରୀ ଜଣଙ୍କୁ ପଲ୍ଲୀ ଗାଁ ନିକଟକୁ ନେଇ ସେଠାରେ ଦୁଷ୍କର୍ମ କରିଥିଲେ । ଛାତ୍ରୀ ଜଣଙ୍କର ଅତ୍ୟଧିକ ରକ୍ତସ୍ରାବ ହେବା ସହ ପରବର୍ତ୍ତୀ ସମୟରେ ଛାତ୍ରୀ ଜଣଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଅଭିଯୁକ୍ତ ଜଗାଙ୍କୁ ତାଙ୍କ ମାମୁଁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସହଯୋଗ କରିଥିଲେ । ଯେଉଁ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ତେବେ ଘଟଣା ଘଟିବାର ୪୮ ଘଣ୍ଟା ନପୁରୁଣୁ ଅଭିଯୁକ୍ତକୁ ଧରିବାରେ ପୋଲିସ ସଫଳ ହୋଇଛି । ୪ ଜଣ ଅଭିଯୁକ୍ତଙ୍କ ସହ ଗୋଟିଏ କାର୍, ୩ଟି ମୋବାଇଲ ଫୋନ୍, ଗୋଟିଏ କଲେଜ ବ୍ୟାଗ ଏବଂ ଝିଅର ଓଢ଼ଣୀକୁ ଜବତ କରାଯାଇଛି । ପ୍ରେସମିଟ୍ରେ ଏସ୍ପି ଅଭିନବ ସୋନକରଙ୍କ ସମେତ ଅତିରିକ୍ତ ଏସ୍ପି ଇନ୍ଦୁରେଖା ପଶ୍ଚିମକବାଟ, ଏସଡ଼ିପିଓ ରଜନୀକାନ୍ତ ସାମଲ, ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଉପସ୍ଥିତ ଥିଲେ ।

Scroll to Top