କାଞ୍ଜିପାଣି ଘାଟିରେ ଭୂସ୍ଖଳନ, ରାସ୍ତାର ଉଭୟ ପଟେ ଅଟକିଛି ପ୍ରବଳ ଗାଡ଼ି

କାଞ୍ଜିପାଣି-ଘାଟିରେ-ଭୂସ୍ଖଳନ,-ରାସ୍ତାର-ଉଭୟ-ପଟେ-ଅଟକିଛି-ପ୍ରବଳ-ଗାଡ଼ି

କାଞ୍ଜିପାଣି ଘାଟିରେ ଭୂସ୍ଖଳନ, ରାସ୍ତାର ଉଭୟ ପଟେ ଅଟକିଛି ପ୍ରବଳ ଗାଡ଼ି

Published By : Prameya-News7 Bureau | August 24, 2025 IST

ତେଲକୋଇ ୨୪।୦୮ : ଲଗାଣ ବର୍ଷାରେ ବେହାଲ କେନ୍ଦୁଝର । ପ୍ରବଳ ବର୍ଷା ଲାଗି କାଞ୍ଜିପାଣି ଘାଟିରେ ଭୂସ୍ଖଳନ। ଯାହାଫଳରେ ରାସ୍ତା ଉପରେ ପଥର ମାଟି ପଡି ଅବରୋଧ ହୋଇଯାଇଛି । ରାସ୍ତାର ଉଭୟ ପଟେ ଅଟକି ରହିଛି ପ୍ରବଳ ଗାଡ଼ି । 

ଖବର ଅନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଏପିରିକି କେନ୍ଦୁଝର ଜିଲ୍ଲା ମଧ୍ୟ ବର୍ଷା ଲାଗିରହିଛି । ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଭୂସ୍ଖଳନ ହୋଇଛି । ଯାହାଫଳରେ ରାସ୍ତା ଉପରେ ପଥର ମାଟି ପଡି ଅବରୋଧ ହୋଇଛି । ଏପିରିକି ରାସ୍ତାର ଉଭୟ ପଟେ ଅନେକ ଗାଡ଼ିମୋଟର ଅଟକି ରହିଛି। ବିଳମ୍ବିତ ରାତି ପ୍ରାୟ ଗୋଟାଏ ଠାରୁ ଗାଡ଼ି ଅଟକି ରହିଛି । କାଞ୍ଜିପାଣି ଠାରୁ ପ୍ରାୟ ତିନି କିଲୋମିଟର ଯାଏଁ ଲମ୍ବିଛି ଜାମ୍‌ ।  ସେପଟେ ଏନ୍‌ଏଚଆଇ ପକ୍ଷରୁ ରାସ୍ତାରୁ ମାଟି ଉଠାଇବା ପାଇଁ ଚାଲିଛି ପ୍ରୟାସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top