କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

କମ୍ବିଂ-ବେଳେ-ମାଓ-କ୍ୟାମ୍ପ୍-ଠାବ,-ବିପୁଳ-ପରିମାଣର-ମାଓ-ସାମଗ୍ରୀ-ଜବତ

କମ୍ବିଂ ବେଳେ ମାଓ କ୍ୟାମ୍ପ୍ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

Published By: Ruby – Prameya-News7 Bureau | March 21, 2026 07:49 PM

NEWS7

Maoist

ବାଲିଗୁଡ଼ା ୨୧।୩: କନ୍ଧମାଳ ଜିଲ୍ଲା ହେବ ମାଓମୁକ୍ତ । ସିଆରପିଏଫ୍ ୧୨୭ ବାଟାଲିୟନ କୋଟଗଡ ପକ୍ଷରୁ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଛି । କୋଟଗଡ଼ ଥାନା ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଙ୍ଗେରୀ ସରୁ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ଆଧାରରେ ସିଆରପିଏଫ ଓ କନ୍ଧମାଳ ଏସଓଜିର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଛି । ବିପୁଳ ପରିମାଣରେ ମାଓ ପୁସ୍ତିକା, ମେଡିସିନ, ସୋଲାର ପେନାଲ, ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଛି । କୋଟଗଡ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ମିଳିଛି ।

Scroll to Top