କମ୍ପାନୀରୁ ଘରକୁ ଫେରୁଥିଲେ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

କମ୍ପାନୀରୁ-ଘରକୁ-ଫେରୁଥିଲେ,-ଅଜଣା-ଗାଡ଼ି-ଧକ୍କାରେ-ଚାଲିଗଲା-ଯୁବକଙ୍କ-ଜୀବନ

କମ୍ପାନୀରୁ ଘରକୁ ଫେରୁଥିଲେ, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | August 12, 2025 IST

ବାରଙ୍ଗ ୧୨।୦୮:  ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ। ବାରଙ୍ଗ ନରଣପୁର କୁଆଖାଇ ସେତୁରେ ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ । ମୃତ ଯୁବକ ଜଣକ ଗୋଠପୁର ଗାଁର ସାହିଲ ମାଝୀ । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକଲ ପଠାଇଛି। 

ଖବର ଅନୁଯାୟୀ, ମୃତ ସାହିଲ ବାଲିକୁଦା ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ। ସୋମବାର ରାତି ଡ୍ୟୁଟି ସାରି ସକାଳ ପ୍ରାୟ ସାଢେ଼ ୭ ଟାରେ ଘରକୁ ଫେରୁଥିଲେ। ନରଣପୁର କୁଆଖାଇ ସେତୁର ବାରଙ୍ଗ ପଟୁ ଆସୁଥିବା ଏକ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ମୁଣ୍ଡ ମାଡ ହୋଇ ଅଚେତ ହୋଇଯାଇଥିଲା। ମୁଣ୍ଡରୁ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବାରଙ୍ଗ ପୋଲିସ ପହଞ୍ଚି ମୃତଦେହକୁ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ପଠାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top