‘କପଡେ ହୋ ଗୟେ ଛୋଟେ’: ଅନ୍‌ଲାଇନ୍ ଟ୍ରୋଲିଂ ପରେ ଇନ୍‌ଷ୍ଟାଗ୍ରାମ୍ ଲାଇଭ୍‌ରେ ବିଷ ପିଇଲେ ରାଜସ୍ଥାନର ଇନ୍‌ଫ୍ଲୁଏନ୍ସର

‘କପଡେ-ହୋ-ଗୟେ-ଛୋଟେ’:-ଅନ୍‌ଲାଇନ୍-ଟ୍ରୋଲିଂ-ପରେ-ଇନ୍‌ଷ୍ଟାଗ୍ରାମ୍-ଲାଇଭ୍‌ରେ-ବିଷ-ପିଇଲେ-ରାଜସ୍ଥାନର-ଇନ୍‌ଫ୍ଲୁଏନ୍ସର

‘କପଡେ ହୋ ଗୟେ ଛୋଟେ’: ଅନ୍‌ଲାଇନ୍ ଟ୍ରୋଲିଂ ପରେ ଇନ୍‌ଷ୍ଟାଗ୍ରାମ୍ ଲାଇଭ୍‌ରେ ବିଷ ପିଇଲେ ରାଜସ୍ଥାନର ଇନ୍‌ଫ୍ଲୁଏନ୍ସର

ରାଜସ୍ଥାନର ଯୋଧପୁର ଅଞ୍ଚଳର ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅନିତା ଦିନରାମ ବିଷ୍ଣୋଇ ଇନଷ୍ଟାଗ୍ରାମ ଲାଇଭ୍ ସେସନରେ ବିଷ ପିଇଥିବା ଜଣାପଡ଼ିଛି । ବର୍ତ୍ତମାନ ସେ ଯୋଧପୁରର ମଥୁରାଦାସ ମାଥୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।

Published By: Ajit – Prameya-News7 Bureau | June 04, 2026 04:10 PM

NEWS7

insta influencer

ଜୟପୁର: ଅନଲାଇନ୍ ଟ୍ରୋଲିଂ ଏବଂ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ ଆତ୍ମହତ୍ୟା ଉଦ୍ୟମ । ରାଜସ୍ଥାନର ଯୋଧପୁର ଅଞ୍ଚଳର ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଅନିତା ଦିନରାମ ବିଷ୍ଣୋଇ ଇନଷ୍ଟାଗ୍ରାମ ଲାଇଭ୍ ସେସନରେ ବିଷ ପିଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଯୋଧପୁରର ଶିକାରଗଡ଼ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ବର୍ତ୍ତମାନ ସେ ଯୋଧପୁରର ମଥୁରାଦାସ ମାଥୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି ।

ଅନିତା ବିଷ୍ଣୋଇ ନିକଟରେ ତାଙ୍କର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ପୋଷାକ ଛୋଟ ହୋଇଗଲାଣି (କପଡେ ହୋ ଗୟେ ଛୋଟେ) କହି ଭିଡିଓ କରିଥିଲେ । ଏହି ଭିଡିଓରେ ସେ ମହିଳାମାନଙ୍କର ପୋଷାକ ପରିଧାନ ଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏଥିପାଇଁ ତାଙ୍କୁ ସୋସିଆଲ୍ ମିଡିଆ ୟୁଜରଙ୍କଠାରୁ ପ୍ରବଳ ସମାଲୋଚନା ଏବଂ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡ଼ିଥିଲା । ତାଙ୍କ ସ୍ୱାମୀ ଦିନରାମଙ୍କ କହିବା ଅନୁଯାୟୀ, ଗତ କିଛି ଦିନ ହେବ କିଛି ଅନ୍ୟ ଇନଫ୍ଲୁଏନ୍ସର ତାଙ୍କୁ ଲଗାତାର ହଇରାଣ କରୁଥିଲେ ଏବଂ ହ୍ୱାଟସଆପ୍ ମାଧ୍ୟମରେ ଧମକପୂର୍ଣ୍ଣ ମେସେଜ୍ ମଧ୍ୟ ପଠାଉଥିଲେ ।

ଏହି ଚରମ ନିଷ୍ପତ୍ତି ନେବା ପୂର୍ବରୁ ଅନିତା ଏକ ୯୦ ସେକେଣ୍ଡର ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ୬ ଜଣ ପୁରୁଷ ଏବଂ ୨ ଜଣ ମହିଳାଙ୍କ ନାମ ଉଲ୍ଲେଖ କରିଥିଲେ । ସେମାନେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ସେ ଅଭିଯୋଗ କରିଥିଲେ । ସେ ଏକ ଜମି ବିବାଦ ଏବଂ ତାଙ୍କ ଚରିତ୍ର ସଂହାର କରାଯାଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ । ସେ ଫେସବୁକରେ ଏକ ପୋଷ୍ଟ କରି ଲେଖିଥିଲେ, “ଆଜି ପରେ ତୁମ ଭଉଣୀକୁ ଏହି ଦୁନିଆରେ ଆଉ ଦେଖିବାକୁ ପାଇବ ନାହିଁ।”

ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ଏବଂ ଅନିତାଙ୍କ ପରିବାର ପକ୍ଷରୁ କରାଯାଇଥିବା ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନିତା ଇନଷ୍ଟାଗ୍ରାମରେ ବେଶ୍ ଲୋକପ୍ରିୟ ଥିଲେ ଏବଂ ତାଙ୍କର ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି।

Scroll to Top